30.1 C
Bhubaneswar
Thursday, April 25, 2024
Homeଓଡିଶାଯୁକ୍ତ ଦୁଇ ନାମ ଲେଖା ନେଇ ଏମିତି କହିଲେ ମନ୍ତ୍ରୀ

ଯୁକ୍ତ ଦୁଇ ନାମ ଲେଖା ନେଇ ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ପଢ଼ିବା ନେଇ ସରକାରୀ ସ୍ତରରେ ଯୋଜନା କରାଯାଉଛି ।’ ତେବେ ଏଭଳି ଖବରକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି ଯେ, ପ୍ରବେଶିକା ପରୀକ୍ଷା ନେଇ କୌଣସି ତଥ୍ୟ ନାହିଁ । ପ୍ରବେଶିକ ପରୀକ୍ଷା ମାଧ୍ୟମରେ ଯୁକ୍ତଦୁଇରେ ନାମଲେଖାକୁ ନେଇ ହେଉଥିବା ଚର୍ଚ୍ଚାକୁ ସେ ଅସ୍ୱୀକାର କରିଛନ୍ତି ।

ସମୀର କହିଛନ୍ତି ଯେ, ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଜଣେ ପିଲା ପୁଣି ପରୀକ୍ଷା ଦେଇପାରିବେ । ଆସନ୍ତା ଜୁନ ୩୦ ତାରିଖରେ ମାଟ୍ରିକ ଫଳ ପ୍ରକାଶ ପରେ ନାମଲେଖା କଥା ଜଣାପଡ଼ିବ । ଉଭୟ ନବମ ଓ ଦଶମ ପରୀକ୍ଷାର ମାର୍କ ଆଧାରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯିବ । ସୂଚନାଯୋଗ୍ୟ ଯେ, ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ବହୁ ମେଧାବୀ ଛାତ୍ରଛାତ୍ରୀ ଯୁକ୍ତଦୁଇ ନାମଲେଖା ବେଳେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking