43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଗୁରୁ ଗୋବିନ୍ଦ ସିଂହ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ର ସ୍କିନ୍ ୱାର୍ଡରେ ୨୦୦୭ ମସିହାରୁ ବଦଳାଯାଇନି...

ଗୁରୁ ଗୋବିନ୍ଦ ସିଂହ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ର ସ୍କିନ୍ ୱାର୍ଡରେ ୨୦୦୭ ମସିହାରୁ ବଦଳାଯାଇନି ଗଦି

ଚଣ୍ଡିଗଡ଼: ପଞ୍ଜାବର ଗୁରୁ ଗୋବିନ୍ଦ ସିଂହ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ର ସ୍କିନ୍ ୱାର୍ଡରୁ ଆସିଛି ଏକ ସାଂଘାତିକ ଅଭିଯୋଗ। ହସ୍ପିଟାଲ୍ରେ ପ୍ରତି ୫ ବର୍ଷରେ ଥରେ ଗଦି ବଦଳାଇବା ନିୟମ ରହିଥିବା ବେଳେ ହସ୍ପିଟାଲର ସ୍କିନ୍ ୱାର୍ଡରେ ଗତ ୧୫ ବର୍ଷ ହେବ ଗଦି ବଦଳା ଯାଇନାହିଁ ବୋଲି ସେଠାରେ ଚାକିରି କରୁଥିବା ଜଣେ ନର୍ସ ଗଣାମାଧ୍ୟମରେ ବୟାନ ଦେଇଛନ୍ତି। ୱାର୍ଡରେ ଥିବା ସମୁଦାୟ ୩୦ଟି ବେଡରୁ ୨୦ଟି ଗଦି ୨୦୦୭ ମସିହାରୁ ବଦଳା ଯାଇନାହିଁ। ସେଠାରେ ଚାକିରି କରୁଥିବା ଜଣେ ସିନିୟର୍ ନର୍ସ କହିଛନ୍ତି ଯେ ବାରମ୍ବାର ଅନୁରୋଧ ସତ୍ତ୍ବେ ବି କର୍ତ୍ତୃପକ୍ଷ ତାଙ୍କ କଥା ଶୁଣିନାହାନ୍ତି କି ଗଦିକୁ ବଦଳାଇ ନାହାନ୍ତି।ଗତ ବର୍ଷ ବି ଏନେଇ ଅଭିଯୋଗ ହୋଇଥିଲା। ମାତ୍ର କେହି ବି ତାହା ଉପରେ ଧ୍ୟାନ ଦେଇନାହାନ୍ତି। ଆମେ ବାରମ୍ବାର କହିଛୁ ଯେ ଗଦି ଖରାପ ହୋଇଗଲାଣି। ରୋଗୀ ଏଥିରେ ଶୋଇବା ଦ୍ବାରା ସେମାନଙ୍କର ଚର୍ମ ରୋଗ ହେଉଛି। ତା ସତ୍ତ୍ବେ ବି ଆମ କଥାକୁ ନଜର ଅନ୍ଦାଜ କରାଯାଇଥିବା ନର୍ସ ଜଣକ କହିଛନ୍ତି। ତାଙ୍କ କହିବା କଥା ହେଲ ସେ ଲିଖିତ କିମ୍ବା ମେଲ୍ ଆକାରରେ କୌଣସି ଅଭିଯୋଗ କିମ୍ବା ଅନୁରୋଧ କରିନାହାନ୍ତି। କର୍ତ୍ତୃପକ୍ଷଙ୍କୁ ସାମ୍ନା ସାମ୍ନି ଦେଖା ହୋଇ ସେ ଗଦି ବଦଳାଇବାକୁ କହିଥିଲେ, ମାତ୍ର କର୍ତ୍ତୃପକ୍ଷ ଶୁଣିନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking