28.1 C
Bhubaneswar
Saturday, April 20, 2024
Homeଓଡିଶାଐତିହ୍ୟ ଏବଂ ଇତିହାସକୁ ସଂରକ୍ଷିତ ରଖାଯାଉ : ଡ.ସମ୍ବିତ ପାତ୍ର

ଐତିହ୍ୟ ଏବଂ ଇତିହାସକୁ ସଂରକ୍ଷିତ ରଖାଯାଉ : ଡ.ସମ୍ବିତ ପାତ୍ର

 ସଂସ୍କୃତି, ଐତିହ୍ୟ, ପରଂପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ
 ପୁରାତନ ଐତିହ୍ୟ ଓ ଇତିହାସକୁ ସୁରକ୍ଷିିତ ରଖିନପାରିଲେ ଭବିଷ୍ୟତ ପୀଢି କେବେହେଲେ ଆମକୁ କ୍ଷମା କରିବେ ନାହିଁ
 ଗଙ୍ଗ ରାଜତ୍ୱ ସମୟର ଏହି କିର୍ତିରାଜ କେବଳ ଏକ ଭଗ୍ନ ସିଂହ ପ୍ରତିମୂର୍ତି ନୁହେଁ ବରଂ ଏହି ମୂର୍ତି ହେଉଛି ଓଡିଆ ଜାତିର ପ୍ରତୀକ, ଇତିହାସ ଏବଂ ସ୍ୱାଭିମାନ
 ରାଜ୍ୟ ସରକାରଙ୍କ କଳାପାହାଡ ଆଚରଣ ଏବଂ ଜିଦଖୋର ମନୋଭାବ କାରଣରୁ ଐତିହ୍ୟ ଓ ଇତିହାସର ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡା ହୋଇଛି
ଭୁବନେଶ୍ୱର / ନୂଆଦିଲ୍ଲୀ : ଇତିହାସ, ଐତିହ୍ୟ, ସଂସ୍କୃତି ଏବଂ ପରପଂରାର ସୁରକ୍ଷା ଦାୟୀତ୍ୱ ହେଉଛି ଆମ ସମସ୍ତଙ୍କର । ଏହାକୁ ସୁରକ୍ଷିିତ ରଖିନପାରିଲେ ଭବିଷ୍ୟତ ପୀଢି କେବେହେଲେ ଆମକୁ କ୍ଷମା କରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମାକୁ ନେଇ ଓଡିଆ ଏବଂ ଓଡିଶାର ସଂସ୍କୃତିକୁ ନେଇ ଯେଉଁ ଭଳି ଭାବେ ବେନିୟମ କାର୍ଯ୍ୟ କରାଯାଉଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ସମୟରେ ପୁରାତନ ଐତିହ୍ୟ ଧ୍ୱସଂ ପାଇବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି । ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଂଚଳ ଏବଂ ୨୦୦ ମିଟର ହେଉଛି ରେଗୁଲେଟେଡ ଅଂଚଳ । ଏହା ସତ୍ୱେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ନିଷିଦ୍ଧାଂଚଳରେ ବେନିୟମ ଭାବେ ଖନନ କରାଯିବା ଏବଂ ପରିଧି ଭିତରେ ଥିବା ଏମାର ମଠର ଭଗ୍ନବଶାଷ ସ୍ୱରୁପ ସିଂହ ମୂର୍ତି ଭଗ୍ନବସ୍ଥାରେ ମିଳିବା ଚିନ୍ତାର ବିଷୟ । ଗଙ୍ଗ ରାଜତ୍ୱ ସମୟର ଏହି କିର୍ତିରାଜ କେବଳ ଏକ ଭଗ୍ନ ସିଂହ ପ୍ରତିମୂର୍ତି ନୁହେଁ ବରଂ ଏହି ମୂର୍ତି ହେଉଛି ଓଡିଆ ଜାତିର ପ୍ରତୀକ, ଇତିହାସ ଏବଂ ସ୍ୱାଭିମାନ । ବିନାନୁମତିରେ କାର୍ଯ୍ୟ ହେଉଥିବାରୁ ଏଏସଆଇ ବାରମ୍ବାର ତାଗିଦ୍ କରିବା ସତ୍ୱେ ରାଜ୍ୟ ସରକାରଙ୍କ କଳାପାହାଡ ଆଚରଣ ଏବଂ ଜିଦଖୋର ମନୋଭାବ କାରଣରୁ ଭଗ୍ନସିଂହ ସ୍ୱରୁପ ଐତିହ୍ୟ କିର୍ତିରାଜ ଆଜି ଆମ ସମସ୍ତଙ୍କୁ ଐତିହ୍ୟ ଓ ଇତିହାସର ସୁରକ୍ଷାକୁ ନେଇ ପ୍ରଶ୍ନ କରୁଛି । ଐତିହ୍ୟ ଓ ଇତିହାସକୁ ରାଜ୍ୟ ସରକାର କାହିଁକି ସଂରକ୍ଷିତ ରଖିିବେ ନାହିଁ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି ।
ନୁଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର କହିଛନ୍ତି ଯେ, ସତ କେବେହେଲେ ଲୁଚି ରହେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ଅଂଚଳ ଖନନ କରାଯିବା ପୂର୍ବରୁ ଗ୍ରାଉଣ୍ଡ ପେନେଟ୍ରେଟିଂ ସଠିକ ସର୍ଭେ କାର୍ଯ୍ୟ କରିନଥିଲେ । ଏଭଳି ବେଆଇନ ଖନନ ଦ୍ୱାରା କଣ କଣ କ୍ଷତି ହେବ, ତାର ଅନୁସନ୍ଧାନ ହୋଇନଥିଲା । ଏପରିକି ଜିପିଆରଏସ ସର୍ଭେ ମଧ୍ୟ କରାଇନଥିଲେ । ଜେସିବି ଓ ବଡ ବଡ ମେସିନ ଦ୍ୱାରା ଖନନ କାର୍ଯ୍ୟ ହେବା କାରଣରୁ ବହୁ ପୁରାତନ ଅବଶେଷ କ୍ଷତି ହେବା ସହ ଧ୍ୱଂସ ପାଇଲା । ଏପରିକି ଖନନ ସମୟରେ ବାହାରିଥିବା ମାଟିକୁ ସଂଗ୍ରହ ନକରି ବିକ୍ରି କରିଦିଆଯାଇଛି । ମାଟି ତଳେ ଅନେକ କିର୍ତୀରାଜ ଓ ପ୍ରାଚୀନ ଧ୍ୱଂସାବଶେଷ ରହିଯାଇଥିବାବେଳେ ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳିବା ଏବଂ ଇତିହାସ ଓ ଐତିହ୍ୟକୁ ନଷ୍ଟ କରିବା ଆମ ସମସ୍ତଙ୍କ ମନକୁ ଶକ୍ତ ଆଘାତ ଦେଇଛି । ବୈଜ୍ଞାନିକ ପଦ୍ଧତିକୁ ବାଦ୍ ଦେଇ ଏବଂ ବିନା ଅନୁମତିରେ ଖନନ କାର୍ଯ୍ୟ ହୋଇଥିବାରୁ ଆଜି ଏଭଳି ସ୍ଥିତି ଉପୁଜିଛି ବୋଲି ଡ.ପାତ୍ର କହିଛନ୍ତି ।
ଆମ ସଂସ୍କୃତି, ଐତିହ୍ୟ, ପରଂପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ଏଏସଆଇର ସତ୍ୟପାଠ ଏବଂ ବର୍ତମାନ ବାହାରିଥିବା ଭଗ୍ନାବଶେଷରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । କଳାପାହାଡ ଏବଂ ଜିଦଖୋର ମନୋଭାବ ପରିତ୍ୟାଗ କରି ରାଜ୍ୟ ସରକାର ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ଓଡିଶା ଇତିହାସକୁ ସଂରକ୍ଷଣ ପ୍ରଦାନ କରିବାକୁ ଡ.ପାତ୍ର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking