40.1 C
Bhubaneswar
Thursday, April 25, 2024
HomeUncategorizedଗାଁ’ଭିତରେ ସଂଗରୋଧ କେନ୍ଦ୍ର ନକରିବା ପାଇଁ ମହିଳାଙ୍କ ପକ୍ଷରୁ ଦାବି

ଗାଁ’ଭିତରେ ସଂଗରୋଧ କେନ୍ଦ୍ର ନକରିବା ପାଇଁ ମହିଳାଙ୍କ ପକ୍ଷରୁ ଦାବି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସଦର ମହକୁମା ସ୍ଥିତ ମାଳିପଡ଼ା ମଧ୍ୟରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ସଂଗରୋଧ କେନ୍ଦ୍ର କରାଯିବା ପାଇଁ ସିଦ୍ଧାନ୍ତ ହୋଇଥିଲା । ତେବେ ଉକ୍ତ କେନ୍ଦ୍ରଟି ଜନ ବସତି ମଧ୍ୟରେ ହୋଇଥିବାରୁ ମହିଳାମାନେ ଏହାକୁ ବିରୋଧ କରିଥିଲେ । ପରେ ମହିଳାମାନେ ଏକତ୍ରିତ ହୋଇ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ସେଠାରେ ସଂଗରୋଧ କେନ୍ଦ୍ର ନକରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ।
ସୂଚନା ଅନୁଯାୟୀ, ଜମନକିରା ମାଳିପଡ଼ା ମଧ୍ୟରେ ଥିବା ରାଜୀବ ଭବନ ଭିତରେ ଏକ ସଂଗରୋଧ କେନ୍ଦ୍ର କରିବା ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରୁଥିଲେ । ଏନେଇ ସୂଚନା ପାଇବା ପରେ ପଡ଼ାବାସୀ ଆଲୋଚନା କରି ସଂଗରୋଧ କେନ୍ଦ୍ରକୁ ବିରୋଧ କରିଥିଲେ । ନିୟମ ଅନୁସାରେ ସଂଗରୋଧ କେନ୍ଦ୍ରଗୁଡ଼ିକ ଜନ ବସତି ଠାରୁ ଦୂରରେ ରହିବା ଆବଶ୍ୟକ ରହିଛି । ତେବେ ପ୍ରଶାସନ ପକ୍ଷରୁ ସଂଗରୋଧ କେନ୍ଦ୍ର ଖୋଲିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ମଙ୍ଗଳବାର ମହିଳାମାନେ ବ୍ଲକ୍ ପ୍ରଶାସନ ପାଖରେ ସଂଗରୋଧ କେନ୍ଦ୍ର ନଖୋଲିବା ପାଇଁ ଦାବି ଜଣେଇଥିଲେ । ଆଜି ଦାବିପତ୍ର ପ୍ରଦାନ ବେଳେ ବହୁ ମହିଳା ସାମିଲଥିଲେ ।
ଏସଂକ୍ରାନ୍ତରେ ସ୍ଥାନୀୟ ବିଡିିଓ ଅଜୟ ତିୱାରୀ ଏବଂ ଏବିଡିଓ ପ୍ରଦୀପ କୁମାର ଛୁରିଆଙ୍କୁ ମତାମତ ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ଅଧିକାରୀ ଦ୍ୱୟ ଫୋନ ଗ୍ରହଣ କରିନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking