31.1 C
Bhubaneswar
Friday, March 29, 2024
Homeଓଡିଶାବଢ଼ୁଛି ସଂକ୍ରମଣ, ଆତଙ୍କିତ ଲୋକେ

ବଢ଼ୁଛି ସଂକ୍ରମଣ, ଆତଙ୍କିତ ଲୋକେ

ସମ୍ବଲପୁର‌: କରୋନା ସଂକ୍ରମଣ ତଥା ମହାମାରୀର ମାୟା ଜାଲରେ ଏବେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । କରୋନାର ଦ୍ୱିତୀୟ ଲହର ଏବେ ବିଭିନ୍ନ ବର୍ଗର ଲୋକଙ୍କୁ ଆତଙ୍କିତ କରାଇଛି । ଆଉ ଏହି ଆତଙ୍କର ଛାତିଥରା ଚିତ୍ର ଦେଖିବାକୁ ମିଳିଛି ଦେଶର ଛତିଶଗଡ଼ ରାଜ୍ୟର ଦୁର୍ଗ ଅଞ୍ଚଳରେ । ଭିଲାଇର ମୁକ୍ତିଧାମ ଶ୍ମଶାନରେ ଏକାବେଳକେ ଜଳୁଛି ୨୦ରୁ ଅଧିକ ଜୁଇ । ହଠାତ୍ ସଂସ୍କାର ପାଇଁ ଏତେ ସଂଖ୍ୟକ ମୃତଦେହ ଶ୍ମଶାନକୁ ଆସିବା ପରେ ଜୁଇ ଜାଳିବାକୁ ସ୍ଥାନର ଅଭାବ ଏକ ଭିନ୍ନ ଅସ୍ଥିରତା ସୃଷ୍ଟି କରାଇଛି । ମଶାଣିରେ ସ୍ଥାନ ଅଭାବକୁ ନେଇ କେତେକ ମୃତକଙ୍କ ସମ୍ପର୍କୀୟମାନେ ବାଧ୍ୟବାଧକରେ ଶବ ଫେରାଇ ନେଇ ଫ୍ରିଜରରେ ରଖିବାକୁ ବାଧ୍ୟ ହୋଇଥିବା ଶୁଣିବାକୁ ମିଳିଛି ।

ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ହୁ ହୁ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ସେଠାରେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୁକ୍ତିଧାମରେ ଏକାଥରେ ୨୦ରୁ ୩୦ ଶବ ପୋଡାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ଦିନକୁ ପ୍ରାୟ ୬୦ରୁ ଅଧିକ ଶବ ଦାହ କରାଯାଉଛି । ଛତିଶଗଡର ଏହି ଭୟଙ୍କର ଚିତ୍ର ଆମକୁ ଗତ ବର୍ଷର ଭୁବନେଶ୍ୱର ସତ୍ୟନଗର ଶ୍ମଶାନର ବିଭୀଷିକାକୁ ସ୍ମରଣ କରାଇ ଦେଉଛି । ଏବେଠାରୁ ସତର୍କ ନହେଲେ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ନହେବା ତାହା କିଏ କହିବ। କାରଣ ଛତିଶଗଡ଼ର ସୀମା ଓଡ଼ିଶାର ପାଖାପାଖି ୧୦ଟି ଜିଲ୍ଲା ସହ ସଂଲଗ୍ନ । ଦେଶରେ ଏବେ ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ୧ ନମ୍ବରରେ ଥିବା ବେଳେ ଉତ୍ତର ପ୍ରଦେଶ ଦ୍ୱିତୀୟ ଓ ଛତିଶଗଡ ତୃତୀୟ ସ୍ଥାନରେ ରହିଛି ।

ଅପରପକ୍ଷରେ ଟିକା ଅଭାବରୁ ଓଡ଼ିଶାରେ ଗତକାଲିଠାରୁ ଟିକାକରଣ ବନ୍ଦ ନେଇ ଖବର ମିଳିଛି । ଯାହା ରାଜ୍ୟରେ ଏକ ପ୍ରକାର ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । କାରଣ ରାଜ୍ୟରେ ପ୍ରତ୍ୟେହ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗଛି ।  ରାଜ୍ୟରେ ଟିକା ଅଭାବକୁ ଅନେକାଂଶରେ ପ୍ରଶମିତ କରିବ ବୋଲି କହିଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏହା ପରେ ସେଠାରୁ ଟିକାକୁ ଷ୍ଟକ ପଏଣ୍ଟକୁ ଆଣାଯାଇ ଆବଶ୍ୟକ ଅନୁସାରେ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ପ୍ରେରଣ କରାଯିବ । ସୂଚିତ ଯେ ବର୍ତ୍ତମାନ ଟିକା ଅଭାବରୁ ରାଜ୍ୟର ୭୦୦ଟି ଟିକାକରଣ କେନ୍ଦ୍ରରେ ଟିକା ଦାନ ବନ୍ଦ ରହିଛି । ଏହି ଟିକା ଯୋଗାଣ ପରେ ରାଜ୍ୟରେ ୭୭୫ଟି କେନ୍ଦ୍ରରେ ଟିକାକରଣ ଚାଲିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking