ସାଉଥ୍ ଅଭିନେତ୍ରୀ ସାମନ୍ଥା ଅକିନେନୀ ଟ୍ୱିଟର ଏବଂ ଇନ୍‌ଷ୍ଟା ଆକାଉଣ୍ଟରୁ ହଟାଇଲେ ସ୍ୱାମୀଙ୍କ ନା, କଣ ରହିଛି ଏହା ପଛର କାରଣ

ନୂଆଦିଲ୍ଲୀ: ପ୍ରସିଦ୍ଧ ସାଉଥ୍ ଅଭିନେତ୍ରୀ ସାମନ୍ଥା କିଛି ଦିନ ଧରି ଚର୍ଚ୍ଚାର ବିଷୟ ରହି ଆସିଛନ୍ତି । ନିକଟରେ ତାଙ୍କର ଏକ ୱେବ୍ ସିରିଜ ‘ଦ ଫ୍ୟାମିଲି ମ୍ୟାନ୍ ୨’ର ରିଲିଜ୍ ହୋଇଯାଇଛି । ଯାହା ପରେ ସେ ମନୋରଞ୍ଜନ ଜଗତରେ ବହୁତ ହେଡ୍‌ଲାଇନ ପ୍ରସ୍ତୁତ କରିପାରିଛନ୍ତି । ଏହା ସହ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିବା ସହ ତାଙ୍କ ପ୍ରସଂଶକଙ୍କ ସହ ଫୋଟ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ସାମନ୍ଥା ତାଙ୍କର କୌଣସି ଭିଡିଓ କିମ୍ବା ଫୋଟ ପାଇଁ ନୁହେଁ ବରଂ କିଛି ଅନ୍ୟ କାରଣ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ତେବେ ପ୍ରକୃତ ଚର୍ଚ୍ଚାର ବିଷୟଟି ହେଲା ସାମନ୍ଥା ତାଙ୍କ ସମସ୍ତ ସୋସିଆଲ ଆକାଉଣ୍ଟରେ ନିଜ ନାମ ପରିବର୍ତ୍ତନ କରୁଛନ୍ତି । ହେଲେ କଣ ପାଇଁ? ଗତ ଶୁକ୍ରୁବାର ଦିନ ସାମନ୍ଥା ନିଜ ସୋସିଆଲ ଆକାଉଣ୍ଟର ନାମ ସାମନ୍ଥା ଅକିନାନୀରୁ ବଦଳାଇ କେବଳ ଇଂରାଜୀ ଅକ୍ଷରର ‘ଏସ୍‌’ ରଖିଛନ୍ତି । ଯାହା ତାଙ୍କ ପ୍ରସଂଶଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ କରିଛି । ତେବେ ଫେସ୍‌ବୁକରେ ଏଯାଏଁ କୌଣସି ପ୍ରକାର ସୂଚନା ମିଳି ପାରିନାହିଁ । ଏପଟେ ସାମନ୍ଥା ସୋସିଆଲ ମିଡିଆରେ ନିଜ ନାମ ବଦଳାଇବା ବିଷୟରେ ଏ ପର୍ଯ୍ୟନ୍ତ କୌଣସି କାରଣ ଜଣାଇନାହାନ୍ତି । ଏହି ପରିସ୍ଥିତିରେ ସାମନ୍ଥାଙ୍କ ପ୍ରସଂଶକ ଏବଂ ଫ୍ୟାନ୍‌ମାନେ ସାମନ୍ଥାଙ୍କର ତାଙ୍କ ସ୍ୱାମୀ ଅକିନେନୀ ନାଗା ଚୌତନ୍ୟଙ୍କ ସହ ଝଗଡ଼ା ହୋଇଥିବା ଅନୁମାନ କରୁଛନ୍ତି । ତେବେ ଫ୍ୟାନ୍ ମାନଙ୍କର ଅନୁମାନ କେତେ ସତ ତାହା କେବଳ ସାମନ୍ଥା ହିଁ କହିପାରିବେ । ତେବେ ଫ୍ୟାନ୍ ମାନଙ୍କର ସାମନ୍ଥାଙ୍କର ଉତ୍ତରକୁ ଅପେକ୍ଷା ରହିଛି ।

LEAVE A REPLY

Please enter your comment!
Please enter your name here