30.1 C
Bhubaneswar
Wednesday, April 24, 2024
Homeଓଡିଶାଟାଇମ୍‌ସ ପାୱାର ଓମେନ୍‌ର ପ୍ରଥମ ସଂସ୍କରଣରେ ସମମ ସିଇଓ ଓ ସୋଆ ପ୍ରାଚୀନ ମୁଖ୍ୟ ସମ୍ମାନିତ 

ଟାଇମ୍‌ସ ପାୱାର ଓମେନ୍‌ର ପ୍ରଥମ ସଂସ୍କରଣରେ ସମମ ସିଇଓ ଓ ସୋଆ ପ୍ରାଚୀନ ମୁଖ୍ୟ ସମ୍ମାନିତ 

ଭୁବନେଶ୍ୱର :‘ଟାଇମ୍‌ସ ପାୱାର ଓମେନ୍‌’ର ପ୍ରଥମ ସଂସ୍କରଣ କାର୍ଯ୍ୟକ୍ରମରେ ସମ ଆଲଟିମେଟ ମେଡ଼ିକେଅରର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ ଓ ସୋଆ ଅଧିନସ୍ତ ପ୍ରାଚୀନ ର ମୁଖ୍ୟ ଡ଼ଃ ଗାୟତ୍ରୀଵାଲା ପଣ୍ଡାଙ୍କୁ ଟାଇମ୍ସ ପାୱାର ଓମେନ -୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଛି | ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୧ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ଃ ଗାୟତ୍ରୀ ଵାଲା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିବା ବେଳେ । ହସ୍ପିଟାଲ୍‌ ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ‘ସମ୍‌ ଅଲ୍ଟିମେଟ୍‌’ର ସିଇଓ ଡା. ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ପ୍ରତିଭା ରାୟ, ସାମାଜିକ କ୍ଷେତ୍ରରେ ଶାନ୍ତି ଦେବୀ, ବିଦ୍ୟା କ୍ରିଷ୍ଣନ୍‌, ସୁସ୍ମିତା ବାଗ୍‌ଚୀ, ସସ୍ମିତାରାଣୀ ସାମନ୍ତ, ଅରୁଣା ମହାନ୍ତି, ବିଜୟା ଜେନା, ଶ୍ରୀମୟୀ ମିଶ୍ର, ଅଂଶୁ ପ୍ରଜ୍ଞା ଦାଶ, ସାରା ଶର୍ମା, କ୍ରୀଡ଼ା କ୍ଷେତ୍ରରେ ଦୂତି ଚାନ୍ଦଙ୍କ ସମେତ ୩୧ ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁଖ୍ୟଅତିଥି ଭାବେ ଭରଚୁଆଲି ଯୋଗ ଦେଇଥିଲେ | ସେହିପରି ଅନ୍ୟତମ ଅତିଥି ଭାବେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର, ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି କ୍ରୁଜ୍‌ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ‘ଜେଣ୍ଡର ଇକ୍ୟୁଇଟି ଓ କ୍ୱାଲିଟି’ ଶୀର୍ଷକରେ ଆଲୋଚନା କରିଥିଲେ। ଶିଳ୍ପୀ ଲୋକନାଥ ସୁବୁଦ୍ଧି ଓ ସାଥୀମାନେ ମହିଳା ସଶକ୍ତିକରଣ ଉପରେ ସ୍ୟାଣ୍ଡ ଆନିମେସନ୍‌ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking