26.1 C
Bhubaneswar
Friday, March 29, 2024
Homeଓଡିଶାଫେବୃଆରୀ ପରଠୁ ରେଙ୍ଗାଲି ଠାରେ ରହିବ ସମଲେଶ୍ୱରୀ ଏକ୍ସପ୍ରେସ

ଫେବୃଆରୀ ପରଠୁ ରେଙ୍ଗାଲି ଠାରେ ରହିବ ସମଲେଶ୍ୱରୀ ଏକ୍ସପ୍ରେସ

ସମ୍ବଲପୁର: ୧୮୦୦୫ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ାଠାରୁ ୨୮ ଫେବ୍ରୁଆରିରୁ ଏବଂ ୧୮୦୦୬ ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଲପୁରଠାରୁ ୨୯ ଫେବ୍ରୁଆରିରୁ ରେଙ୍ଗାଲି ଷ୍ଟେସନରେ ରହିବ । ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗାଲିରେ ସକାଳ ୮ଟା ୩୬ ମିନିଟରେ ପହଂଚି ୮.୩୮ ମିନିଟରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ। ସେହିଭଳି ଜଗଦଲପୁରରୁ ବାହାରି ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା ୬ଟା୫୫ମିନିଟରେ ପହଞ୍ଚି ସନ୍ଧ୍ୟା ୬/୫୭ ମିନିଟରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ସେହିପରି ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ ଆସନ୍ତା ୧ ମାର୍ଚ୍ଚ ଠାରୁ ଏବଂ ଦୁର୍ଗରୁ ୨ ମାର୍ଚ୍ଚ ଠାରୁ ଛାଡୁଥିବା ଟ୍ରେନ ଲୋଇସିଙ୍ଗା ଏବଂ ମୁରିବାହାଲ ଷ୍ଟେସନମାନଙ୍କରେ ରହଣି କରିବ। ପୁରୀଠାରୁ ଛାଡୁଥିବା ୧୮୪୨୫ ପୁରୀ- ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗାରେ ଭୋର୍‌ ୦୩ଟା ୫୮ମିନିଟରେ ପହଞ୍ଚି ଭୋର ୪ଟାରେ ଛାଡ଼ିବ। ଏହି ଟ୍ରେନ୍ ମଧ୍ୟ ମୁରିବାହାଲରେ ଭୋର୍‌ ୦୬ଟା ୧୦ ମିନିଟରେ ପହଞ୍ଚି ଭୋର ୦୬ଟା ୧୨ ମିନିଟରେ ଦୁର୍ଗ ଆଡ଼କୁ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ ସନ୍ଧ୍ୟା ୮ଟା ୨୫ମିନିଟରେ ମୁରିବାହାଲରେ ପହଞ୍ଚି ସନ୍ଧ୍ୟା ୮ଟା ୨୭ ମିନିଟରେ ଛାଡ଼ିବ। ଏହି ଟ୍ରେନ୍ ମଧ୍ୟ ରାତ୍ରି ୧୦ଟା ୨୫ ମିନିଟରେ ଲୋଇସିଙ୍ଗା ଠାରେ ପହଞ୍ଚି ରାତ୍ରି ୧୦ଟା ୨୭ ମିନିଟରେ ପୁରୀ ଅଭିମୁଖେ ଯାତ୍ରା କରିବ। ତେବେ, ଉପରୋକ୍ତ ଟ୍ରେନ ମାନଙ୍କ ପାଇଁ ଅନ୍ୟ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ ବୋଲି ରେଳବାଇ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking