30.1 C
Bhubaneswar
Thursday, April 25, 2024
Homeଓଡିଶାରାୟପୁର ରାଜ୍ ଖୋଲିଲେ ସାଲୁଜା

ରାୟପୁର ରାଜ୍ ଖୋଲିଲେ ସାଲୁଜା

ଭୁବନେଶ୍ୱର: ବିଧାୟକ ସନ୍ତୋଷ ସିଂହ ସାଲୁଜା ମମିତା ମେହେର ଘଟଣାକୁ ନେଇ ଚାଂଚଲ୍ୟକର ଖୁଲାସା କରିଛନ୍ତି । ରାୟପୁର ବୁଝାମଣା ନେଇ ସେ ଖୁଲାସା କରଛନ୍ତି । ତେବେ  ବିଜୟ ମହାପାତ୍ର, ନରସିଂହ ମିଶ୍ରଙ୍କ ପରେ ସେ ମଧ୍ୟ ରାୟପୁର କଥା ଉଠାଇଛନ୍ତି । ସେପ୍ଟେମ୍ବର ୨୦ରୁ ୨୩ ରାୟପୁରରେ ମନ୍ତ୍ରୀ, ଗୋବିନ୍ଦ, ମମିତା ଥିଲେ । ସେଠାରେ ବୁଝାମଣା କରିବାକୁ ମନ୍ତ୍ରୀ ଚେଷ୍ଟା କରିଥିଲେ । ସେପ୍ଟେମ୍ବର ୨୦ରେ ମମିତା ବସ ଯୋଗେ ଘରୁ ବାହାରିଥିଲେ । ମହାଲିଙ୍ଗରୁ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇ ଯାଇଥିଲେ । କୁଲ୍ ହୋମ ଆପାର୍ଟମେଣ୍ଟରେ ବୁଝାମଣା ଚେଷ୍ଟା କରିଥିଲେ ମନ୍ତ୍ରୀ । ସେପ୍ଟେମ୍ବର ୨୩ରେ ମମିତା ଘରକୁ ଫେରି ଆସିଥିଲେ । ବୁଝାମଣା ହୋଇନପାରିବାରୁ ଟଙ୍କା ଡିପୋଜିଟ କରିଥିଲା ଗୋବିନ୍ଦ । ୭ ତାରିଖରେ ମମିତା ଆକାଉଣ୍ଟରେ ୮ ହଜାର ଟଙ୍କା ଗୋବିନ୍ଦ ଡିପୋଜିଟ କରିଥିଲା । ୮ ତାରିଖରେ ଗୋବିନ୍ଦ ମମିତାକୁ ଡକାଇ ହତ୍ୟା କରିଥିଲା । କଲ୍ ରେକର୍ଡ ଯାଂଚ୍ କଲେ ୩ ଜଣ ଗୋଟିଏ ସ୍ଥାନରେ ଥିଲେ ନା ନାହିଁ ଜଣାପଡିବ । ମାତ୍ର ପୋଲିସ ଏଯାବତ୍ ଏ ଦିଗରେ ଖୁଲାସା କରିନି । ମିଳିଥିବା ପେନଡ୍ରାଇଭ, ଲାପଟପ ଖୁଲାସା କରୁନି ପୋଲିସ । ପେନଡ୍ରାଇଭ, ଲାପଟପରେ ବହୁ ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ରହିଛି । ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ଥିବାରୁ ପୋଲିସ ଏହାକୁ ଲୁଚାଉଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking