29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିପୁଳ ପରିମାଣର ଚୋରା ଶାଳପଟା ଏବଂ ଦ୍ୱାରବନ୍ଧ କାଠ ଭିତରୁ

ବିପୁଳ ପରିମାଣର ଚୋରା ଶାଳପଟା ଏବଂ ଦ୍ୱାରବନ୍ଧ କାଠ ଭିତରୁ

ମୟୂରଭଞ୍ଜ: ବନବିଭାଗକୁ ମିଳିଛି ବଡ଼ ସଫଳତା। ଲେମ୍ବୁ ବଗିଚା ଭିତରୁ ବନବିଭାଗ ଜବତ କରିଛି ବିପୁଳ ପରିମାଣର ଚୋରା ଶାଳପଟା ଏବଂ ଦ୍ୱାରବନ୍ଧ କାଠ। ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଅଧିନରେ ଦୀର୍ଘଦିନ ଧରି ଚୋରାକାଠ ମାଫିଆ ସକ୍ରିୟ ଥିଲା ବେଳେ ଆଜି ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା। କୁଳିଅଣା ଫରେଷ୍ଟ ଅଧିନ କୁଳିପାଳ ନିକଟରେ ଥିବା ଏକ ଲେମ୍ବୁ ବଗିଚାରେ ବହୁ ପରିମାଣର ଚୋରାକାଠ ଗଛିତ ଥିବାର ଖବରପାଇ ଦେଉଳି ରେଞ୍ଜ ଅଧିକାରୀଙ୍କ ସମେତ ମୋବାଇଲ ଟିମ,କୁଳିଅଣା ଫରେଷ୍ଟର ଆଜି ସଖାକୁମ ଲେମ୍ବୁ ବଗିଚାରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ୧୬୫ ଟି ମୂଲ୍ୟବାନ ଶାଳପଟା ଏବଂ ୧୫୦ ଟି ଦ୍ବାରବନ୍ଧ ଜବଦ କରିଛି ବନବିଭାଗ। ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ବେଳେ ଲେମ୍ବୁ ବଗିଚାଟି କାହାର ସ୍ପଷ୍ଟ ହୋଇନଥିବା ବେଳେ ବଗିଚାର ମାଲିକ ଚିହ୍ନଟ ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହେବା ସହିତ ଅଧିକ ତଦନ୍ତ ପରେ ଜଣା ପଡିବ ବୋଲି ଦେଉଳି ରେଞ୍ଜ ଅଧିକାରୀ ରବିନାରାୟଣ ମହାନ୍ତିଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking