35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଷାଠିଏ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଜବତ କଲା ଜଙ୍ଗଲ ବିଭାଗ

ଷାଠିଏ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଜବତ କଲା ଜଙ୍ଗଲ ବିଭାଗ

କେନ୍ଦୁଝର : ପାଟଣା ବନାଞ୍ଚଳ ଅଧିକାରୀକୁ ମିଳିଛି ବଡ଼ ସଫଳତା । ଉକ୍ତ ଅଧିକାରୀଙ୍କ ସାବଧାନତା ଯୋଗୁଁ ଧରା ପଡିଛି ଚୋରା ଚାଲାଣ ହେଉଥିବା ଶାଳ କାଠ । ଏକ ବାଲେରୋ ଯୋଗେ କରଞ୍ଜିଆ ଅଞ୍ଚଳରୁ ଉକ୍ତ ଚୋରା କାଠ ସବୁ ଆସୁଥିବା ଖବର ପାଇ ପାଟଣା ବନ ବିଭାଗ ଅଧିକାରୀ କୌଶଳ କ୍ରମେ ଏହାକୁ ଧରିଥିଲେ । ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଷାଠିଏ ଖଣ୍ଡ ଶାଳ କାଠ ସହ ବାଲେରୋ କୁ ଜବତ କରିବାରେ ସଫଳ ହୋଇଥିଲା ବନ ବିଭାଗ । କାଠ ଗୁଡିକର ଆନୁମାନିକ ମୂଲ୍ୟ ଷାଠିଏ ହଜାର ରୁ ଉର୍ଦ୍ଧ୍ବ ହୋଇଥିବା ପ୍ରକାଶ କରିଛି ପାଟଣା ବନ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking