28.1 C
Bhubaneswar
Saturday, April 20, 2024
Homeଓଡିଶାଲକଡାଉନ ସମୟରେ ଅସହାୟଙ୍କୁ ଖାଦ୍ୟ ଯୋଗାଇଲେ ସାଇଲୀଳା ଟ୍ରଷ୍ଟ

ଲକଡାଉନ ସମୟରେ ଅସହାୟଙ୍କୁ ଖାଦ୍ୟ ଯୋଗାଇଲେ ସାଇଲୀଳା ଟ୍ରଷ୍ଟ

ବରଗଡ : କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଯାହାକୁ ନେଇ ବରଗଡ଼ରେ ଜନସାଧାରଣ ଘରୁ ବାହାରୁ ନ ଥିବା ସମୟରେ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି । ଏପରିସ୍ଥିତିରେ ବହୁ ଅସହାୟ ବ୍ୟକ୍ତି ଖାଇବାକୁ ନପାଇ ଭୋକ ଉପାସରେ ରହୁଥିବା ପରିଲକ୍ଷିତ ହୋଇଛି । ଗୁରୁବାର ଦ୍ୱିତୀୟ ଦିବସରେ ବରଗଡ଼ ହାଟପଦାସ୍ଥିତ ସାଇଲୀଳା ଟ୍ରଷ୍ଟ ତରଫରୁ ଅସହାୟ ବ୍ୟକ୍ତିମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯିବା ସହ ସହରର ବିଭିନ୍ନ ସ୍ଥାନକୁ ଯାଇ ବଂଟନ କରାଯାଇଥିଲା । ବରଗଡ଼ ପୋଲିସ ସହାୟତାରେ ଉକ୍ତ ପ୍ରସାଦ ଘରୋଇ ବସଷ୍ଟାଣ୍ଡ, ସରକାରୀ ବସଷ୍ଟାଣ୍ଡ , ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନା ସମେତ ବିଭିନ୍ନ ସ୍ଥାନରେ ଅସହାୟ ଭାବରେ ରହୁଥିବା ବ୍ୟକ୍ତିମାନଙ୍କୁ ଖାଇବାକୁ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking