28.1 C
Bhubaneswar
Saturday, November 23, 2024
Homeବଲିଉଡ୫୩ବର୍ଷରେ ପାଦଦେଲେ ସୈଫ

୫୩ବର୍ଷରେ ପାଦଦେଲେ ସୈଫ

ବ୍ୟୁରୋ : ଆଜି ହେଉଛି ନାବବ ବଂଶର ସହଜାଦା ସୈଫ ଅଲି ଖାନଙ୍କର ଜନ୍ମଦିନ । ସେ ନାବବ ବଂଶରେ ଜନ୍ମ ହୋଇଥିଲେ ମଧ୍ୟ ସେ ସବୁବେଳେ ଗୋଟିଏ ସାଧାରଣ ଲୋକ ପରି ଜୀବନ ଜାପାନ କରିବାକୁ ପସନ୍ଦ କରୁଛନ୍ତି | ସୈଫ ଅଲି ଖାନ ୧୬ ଅଗଷ୍ଟ ୧୯୭୦ରେ ପାଟାଉଦି ପରିବାରରେ ଜନ୍ମ ହୋଇଛନ୍ତି । ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ କ୍ରିକେଟର ମାନସୁର ଅଲି ଖାନ ପାଟାଉଦିଙ୍କର ପୁଅ ସୈଫ ନିଜ କ୍ୟାରିୟରରେ ମା’ଙ୍କ ପରି ପରଦାରେ ଅଭିନୟ କରିବାକୁ ବାଛିଥିଲେ । ସୈଫ ବଲିଉଡ୍ ରେ ୧୯୯୩ରେ  ‘ପରମପାରା’ ଫିଲ୍ମରୁ ବଲିଉଡ୍ ରେ ପାଦ ଦେଇଥିଲେ । ସେହି ବର୍ଷରେ ହିଁ ତାଙ୍କର ଅନ୍ୟ ଏକ ଫିଲ୍ମ ‘ଆଶିକ୍ ଆୱାରା’ ମଧ୍ୟ ରିଲିଜ ହୋଇଥିଲା । ଏହାପରେ ତାଙ୍କୁ ଅକ୍ଷୟ କୁମାରଙ୍କ ସହ ଦୁଇଟି ଫିଲ୍ମରେ ଦେଖାଯାଇଥିଲା । ‘ୟେ ଦିଲଲଗି’ ଏବଂ ‘ମେ ଖିଲାଡି ତୁ ଅନାଡି’ ଫିଲ୍ମଟି ସୈଫକୁ ଆଣିଦେଇଥିଲା ଅସୀମିତ ଲୋକପ୍ରିୟତା । ଏହାପରେ ତାଙ୍କୁ ‘ହମ୍ ସାଥ୍-ସାଥ୍ ହେନ୍’ ଭଳି ଫ୍ୟାମିଲି ଫିଲ୍ମରେ ମଧ୍ୟ ଦେଖାଯାଇଥିଲା । ସୈଫ ଯେତେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ନଥିଲେ ସେତେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଥିଲେ । ସୈଫ ତାଙ୍କ ଫିଲ୍ମ ‘ବେଖୁଦୀ’ର ଶୁଟିଂ ବେଳେ ଅମୃତା ସିଂ ସହ ଭେଟ ହୋଇଥିଲେ । ଏହାପରେ ତାଙ୍କ ମଧ୍ୟରେ ଭଲପାଇବାର ସମ୍ପର୍କ ଗଢି ଉଠିଥିଲା । ଅମୃତା ସିଂ ଏବଂ ସୈଫଙ୍କ ମଧ୍ୟରେ ୧୨ ବର୍ଷର ବ୍ୟବଧାନ ଥିଲେ ମଧ୍ୟ ଭାଲପାଇବା ଆଗରେ ତାଙ୍କୁ ଏହି କାରଣଟି ବହୁତ ଛୋଟ ଲାଗିଥିଲା । ଅମୃତା ସିଂ ହିନ୍ଦୁ ପଞ୍ଜାବୀ ପରିବାରରୁ ହୋଇଥିଲେ ମଧ୍ୟ ନିଜ ଭଲପାଇବା ପାଇଁ ସୈଫଙ୍କ ସହ ମୁସଲିମ ରୀତିନୀତିରେ ବିବାହ କରିଥିଲେ । ସେହି ସମୟରେ ଏହି ସମ୍ପର୍କଟି ଚର୍ଚ୍ଚାର ବିଷୟ ସାଜିଥିଲା । ଏହାପରେ ଅମୃତା ୧୯୯୫ରେ ସାରା ଅଲି ଖାନ୍ ଙ୍କୁ ଏବଂ ୨୦୦୧ ରେ ଇବ୍ରାହିମ ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । ବିବାହର ୧୩ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଏହାପରେ ୨୦୧୨ରେ ସୈଫ କରୀନା କପୁରଙ୍କୁ ବିବାହ କରିଥିଲେ । ସୈଫଙ୍କ ସହ କରୀନା ଙ୍କ ବିବାହ ପରେ କରୀନା କପୁରଙ୍କୁ ଅମୃତା ସିଂ ଏବଂ ସୈଫଙ୍କ ଅଲଗା ହୋଇଯିବାର କାରଣ ବୋଲି କୁହଯାଉଥିଲା । ତେବେ ଗତ କିଛି ସମୟ ଧରି ସୈଫଙ୍କର ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହେଉଥିବା ବେଳେ ତାଙ୍କୁ ଶେଷଥର ପାଇଁ ‘ଭୁତ ପୋଲିସ’ରେ ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking