40.1 C
Bhubaneswar
Thursday, April 25, 2024
Homeଅପରାଧମା' ଙ୍କ ମୃତ୍ୟୁ ପରେ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ

ମା’ ଙ୍କ ମୃତ୍ୟୁ ପରେ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ : ସାହିବଗଂଜ  ଜିଲ୍ଲାର ବାରହା ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀଙ୍କୁ  ଘରୁ ବାହାର କରି ଗଣଦୁଷ୍କର୍ମ ଘଟଣା ଘଟାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ପୋଲିସସାତ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ତଥାପି ଜଣେ ଅଭିଯୁକ୍ତ ପୋଲିସ କବଳରୁ ଫେରାର ରହିଛି । ପୀଡିତା ନ୍ୟାୟ ପାଇଁ ପୋଲିସ ନିକଟରେ ନିବେଦନ କରିଛନ୍ତି ।

ଗତ ଶନିବାର ଏହି ଘଟଣା ଘଟିଛି । ପୀଡିତା ତାଙ୍କ ମା’ଙ୍କ ମୃତ୍ୟୁ ପରେ  ଅଜାଙ୍କ ଘରେ ରହୁଥିଲେ । ଶନିବାର ଦିନ ଯୁବତୀ ଘରେ ଖାଦ୍ୟ ଖାଇବା ପରେ ଶୋଇଥିଲାବେଳେ ଘରେ ତାଙ୍କୁ ଏକୁଟିଆ ଦେଖି ଦୁଇଜଣ ଦୁର୍ବୃତ୍ତ ସୋମନ୍ ହେମ୍ବ୍ରମ ଏବଂ ଅଜୟ ଟୁଡୁ ପହଞ୍ଚିଥିଲେ । ଏହା ପରେ ସେ ଯୁବତୀର ପାଟିରେ ଏକ କପଡା ବାନ୍ଧି ତାଙ୍କୁ ଉଠାଇ ପୋଖରୀ ନିକଟ ଏକ କ୍ଷେତକୁ ନେଇଗଲେ। ଗାଁର ରବି, ଦୁର୍ଜନ, ନୀଲକାମଲଙ୍କ ସମେତ ଅନ୍ୟ ତିନିଜଣ ଯୁବକ ସେଠାରେ ପୂର୍ବରୁ ଉପସ୍ଥିତ ରହିଥିଲେ  । ସେମାନେ ମିଳିତ ଭାବେ ଗଣଦୁଷ୍କର୍ମ କରିଥିଲେ ।

ଏହି ସମୟରେ ବାରହା ପୋଲିସ ର ପାଟ୍ରୋଲିଂ ଗାଡି ଯାଉଥିଲା। ଯୁବତୀର ଚିତ୍କାର ଶୁଣି ପୋଲିସ ସେଠାରେ ପହଞ୍ଚିଥିଲା। ଏହି ସମୟରେ ବଳାତ୍କାରକାରୀମାନେ ପୋଲିସକୁ ଦେଖିବା ପରେ ପଳାଇ ଯାଇଥିଲେ । ରାତିରେ ପୋଲିସ ଯୁବତୀ ସହିତ ପୋଲିସ ଷ୍ଟେସନକୁ ଆସିଥିଲା। ସକାଳେ ସୂଚନା ଦେବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇଥିଲା। ପରିବାର ସାମ୍ନାରେ ଯୁବତୀ ବାରହା ପୋଲିସ ଷ୍ଟେସନରେ ନ୍ୟାୟ ପାଇଁ ଆବେଦନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking