” ସାହି ସବୁଜିମା ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ: ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ନୟାଗଡର ସାମାଜିକ ଅନୁଷ୍ଠାନ ମା’ ଫାଉଣ୍ଡେସନ୍ ଆନୁକୂଲ୍ୟରେ ” ସାହି ସବୁଜିମା ” କାର୍ଯ୍ୟକ୍ରମକୁ ନୟାଗଡ ମୁନିସିପାଲିଟିର 11 ନଂ ୱାର୍ଡରେ ଥିବା ଆଶ୍ରୟସ୍ଥଳୀ ନିକଟରେ ଯୁବ ସମାଜସେବୀ ରଞ୍ଜନ ରଶ୍ମୀ ଜେନାଙ୍କ ପ୍ରତ୍ୟକ୍ଷ
ସୁପରିଚାଳନାରେ ଅନୁଷ୍ଠିତ ସୈ।ନ୍ଦର୍ଯ୍ୟ ବର୍ଦ୍ଧକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମ୍ନନନୀୟା ଜିଲ୍ଲାପାଳ ଡ଼.ପୋମା ଟୁଡୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ. ଡି ଧନରାଜ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ଉପ ଜିଲ୍ଲାପାଳ ଲଗ୍ନ ଜିତ ରାଉତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼.ପ୍ରମୋଦ କୁମାର ନାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ,ପୂର୍ବତନ ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବଣିକ ସଂଘ ସଭାପତି ଜାନକୀ ବଲ୍ଲଭ ଜେନା ବରିଷ୍ଠ ସାମ୍ବାଦିକ ରାମ କୃଷ୍ଣ ରଥ,ଵରିଷ୍ଠ ନାଗରିକ ମଞ୍ଚର ଉପ-ସଭାପତି ମୋହିଉଦ୍ଧିନ ଅଉରଙ୍ଗଯ଼ଜେବ,ସର୍ଵଜନୀନ ଦୁର୍ଗାପୁଜାର ଉପଦେଷ୍ଟା ନିରଂଜନ ମିଶ୍ର, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବର୍ଷିଆନ ସମାଜସେବୀ ଦାମ ସାରଙ୍କ ସମେତ ସଙ୍ଗୀତଜ୍ଞ ବିଜୟାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଗେଇ ନେଇଥିଲେ ।

LEAVE A REPLY

Please enter your comment!
Please enter your name here