କଟକ: କଟକରେ ମା’ଙ୍କୁ ମେଲାଣି ପାଇଁ ସାହି ପରିକ୍ରମା ଆରମ୍ଭ ହୋଇଯାଇଛି । ଦେବୀଗଡାରେ ବିସର୍ଜନ ପୂର୍ବରୁ ଚାଲିଛି ସାହି ପରିକ୍ରମା । ସାହି ପରିକ୍ରମା ପରେ ମୁଖ୍ୟ ଶୋଭାଯାତ୍ରାରେ ସାମିଲ । ନିଶାମୁକ୍ତ ଭସାଣ ଓ ଡିଜେମୁକ୍ତ ରୋଷଣୀ ଉପରେ ଗୁରୁତ୍ୱ ଦିଆଯାଇଛି । କଟକ ମହାନଗର ନିଗମ, ଜିଲ୍ଲା ପ୍ରଶାସନ ଓ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିବ ଡ୍ରୋନ୍ । ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରିଛି କମିସନରେଟ ପୁଲିସ । ଭସାଣି ରୁଟରେ ନଜର ରଖିବା ପାଇଁ ମୋଟ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା ଲାଗିଛି । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିଛି ପୁଲିସ । ଭସାଣି ପାଇଁ ସହରରେ ମୋଟ ୧୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।










