28.1 C
Bhubaneswar
Thursday, March 28, 2024
Homeଓଡିଶାଗାନ୍ଧୀଙ୍କ ୭୩ତମ ମହାପ୍ରୟାଣ ଦିବସ ତଥା ସହୀଦ ଦିବସ ପାଳିତ

ଗାନ୍ଧୀଙ୍କ ୭୩ତମ ମହାପ୍ରୟାଣ ଦିବସ ତଥା ସହୀଦ ଦିବସ ପାଳିତ

ବଲାଙ୍ଗୀର : ଜିଲ୍ଲା ପ୍ରଶାସନ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୩ତମ ମହାପ୍ରୟାଣ ଦିବସ କୁ ସହୀଦ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ସକାଳେ ଗାନ୍ଧିନଗର ସ୍ଥିତ ତଥା ଗାନ୍ଧି ଭବନ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବଲାଙ୍ଗୀର ପିଡି ଡିଆରଡିଏ ଡ.ମହେଶ୍ୱର ସ୍ୱାଇଁ ,ଉପ ଜିଲ୍ଲାପାଳ ସଂଜୟ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ଓ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଗାନ୍ଧିଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ କରିଥିଲେ । ସଂଧ୍ୟାରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ଗାନ୍ଧୀଙ୍କ ପ୍ରତିଚ୍ଛବି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ସହିତ ରାମଧୁନ ମଧ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବକ୍ତା ଭାବେ ଯୋଗ ଦେଇଥିବା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଥିଲେ , ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗ ବିଶ୍ୱବାସୀଙ୍କ ପାଇଁ ଶ୍ରେଷ୍ଠମାର୍ଗ ଓ ଏହା ଆଗାମୀ ହଜାର ହଜାର ବର୍ଷ ଧରି ବିଶ୍ୱବାସୀଙ୍କୁ ପ୍ରଭାବିତ କରିବ । ଅନ୍ୟତମ ବକ୍ତା ରାମ ଶରଣ ହୋତା ତାଙ୍କ ଅଭିଭାଷଣରେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ ଗାନ୍ଧୀଜୀ ଆଜି ମଧ୍ୟ ପ୍ରାସଙ୍ଗିକ ବୋଲି କହିଥିଲେ । ସତ୍ୟ ଓ ଅହିଂସାର ମାର୍ଗରେ ଗାନ୍ଧିଜୀ ଭାରତକୁ ସ୍ୱାଧିନ କରିବା ସହିତ ସମଗ୍ର ବିଶ୍ୱ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ଯାଇଛନ୍ତି ବୋଲି କହିଥିଲେ ବକ୍ତା ରାମଗୋପାଲ ଖମାରୀ ଶର୍ମା କହିଥିଲେ । ସଭାରେ ଉପସ୍ଥିତ ଥିବା ଶିକ୍ଷାବିତ ତଥା ପ୍ରଫେସର ମଧୁସୂଦନ ପତି ଗାନ୍ଧୀଜୀ କେବଳ ଏକ ବ୍ୟକ୍ତ ନଥିଲେ ବରଂ ଏକ ଅନୁଷ୍ଠାନ ଥିଲେ ବୋଲି କହିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି କହିଥିଲେ । ଶିକ୍ଷାବିତ ତଥା ବର୍ଷିୟାନ ନାଟ୍ୟକାର ଜଗଦାନନ୍ଦ ଛୁରିଆ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରି ସେ ଚିରକାଳ ପାଇଁ ସମାଜର ଆଦର୍ଶ ହୋଇ ରହିବେ ବୋଲି କହିଥିଲେ । ସଭାପତିତ୍ୱ କରୁଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶତପଥି ତାଙ୍କ ଅଭିଭାଷଣରେ ଗାନ୍ଧୀ କେବଳ ଜଣେ ସତ୍ୟାଗ୍ରହୀ ନଥିଲେ ବରଂ ସେ ଜଣେ ତପସ୍ୱୀ ଥିଲେ ବୋଲି କହିବା ସହିତ ସାମ୍ପ୍ରତିକ ସମୟରେ ଗାନ୍ଧୀବାଦର ଅନେକ ଆବଷ୍ୟକତା ରହିଛି ବୋଲି କହିଥିଲେ । ପ୍ରାରମ୍ଭରେ ଶ୍ରୀ ଶତପଥି ଅତିଥିମାନଙ୍କୁ ଆମନ୍ତ୍ରଣ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର , ନୀଳମଣି ମିଶ୍ର , ଜୟରାମ ମିଶ୍ର , ସତ୍ୟ ନାରାୟଣ ବେହେରା , ମଦନ ହୋତା , ଆନନ୍ଦ ସାହୁ ଓ ମଳୟ ଆନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking