31.1 C
Bhubaneswar
Friday, March 29, 2024
Homeଅପରାଧସଡ଼ୁର ଭୁଜାଲି ମାଡ଼ରେ ସଡ଼ୁ ମୃତ

ସଡ଼ୁର ଭୁଜାଲି ମାଡ଼ରେ ସଡ଼ୁ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ତରାସ ପଞ୍ଚାୟତ ତରାସ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଳି ଥାନା ଅନ୍ତର୍ଗତ ଅନ୍ତର୍ଗତ ଆଙ୍କ ଗ୍ରାମର ସୁରେନ୍ଦ୍ର ବସନ୍ତିଆ ଓ ରାଜକନିକା ଥାନା ଅଧୀନ ତରାସ ଗ୍ରାମର ଗଣେଶ ସାମଲ ଦୁଇ ସଡ଼ୁ । ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିଲା । ସୁରିଆ ଗୁରୁବାର ରାତିରେ ତ୍ରିଲୋଚନଙ୍କ ବାଡିରେ ଲୁଚି ରହିଥିଲେ । ଶୁକ୍ରବାର ସକାଳେ  ସଡ଼ୁ ତ୍ରିଲୋଚନଙ୍କ ପୁଅ ଗଣେଶ ସାମଲ(୩୫)ଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗଣେଶଙ୍କ ଚିତ୍କାର ଶୁଣି ସ୍ତ୍ରୀ ପ୍ରତିମା ଓ ମା’ ମାଳତୀ ଉଠି ପଡ଼ିବାରୁ ସେମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଥିଲେ । ପରେ ପଡ଼ୋଶୀମାନେ ହୋହଲା ଶୁଣି ସୁରିଆଙ୍କୁ କାବୁ କରିନେଇଥିଲେ । ପରେ ରାଜକନିକା ଥାନାକୁ ଖବର ଦେଇ ସୁରିଆଙ୍କୁ ପୁଲିସ ଜିମା ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତିମା ଓ ମାଳତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ରାଜକନିକା ଥାନା ଧିକାରୀ ଉମାକାନ୍ତ ନାୟକ ଗଣେଶଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ସୁରିଆଙ୍କୁ ଗିରଫ କରିଛନ୍ତି । ଗଣେଶଙ୍କ ନାବାଳିକା ଝିଅର ଏତଲା କ୍ରମେ ଏକ ମାମଲା ରୁଜୁ କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking