ସଦଗୁରୁରେ ନଥିଲା ଫାୟାର ସେଫ୍ଟି ଲାଇସେନ୍ସ

କଟକ : କଟକ ଜଗତପୁର ସ୍ଥିତ ସଦଗୁରୁ କୋଭିଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟଣା । ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ । ସେ କହିଛନ୍ତି ଯେ, ସଦଗୁରୁ ହସ୍‌ପିଟାଲରେ ଫାୟାର ସେଫ୍ଟି ଲାଇସେନ୍ସ ନଥିଲା । ହସ୍ପିଟାଲକୁ ଫାୟ୍ରାର ଲାଇସେନ୍ସ ଦିଆଯାଇନାହିଁ । ଲାଇସେନ୍ସ ମିଳିବା ନେଇ ସେମାନଙ୍କର କିଛି ଅସୁବିଧା ରହିଥିଲା । ଇନ୍ସପେକ୍ସନ କରାଯାଇଥିଲା ଏବଂ ଅସୁବିଧା ଦୂର ପାଇଁ କୁହାଯାଇଥିଲା । ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ହସ୍ପିଟାଲକୁ ନୋଟିସ୍ କରାଯାଇଥିଲା । ବ୍ୟବସ୍ଥା କରିପାରିନଥିବାରୁ ଲାଇସେନ୍ସ ଦିଆଯାଇନାହିଁ ବୋଲି ସିଏଫଓ କହିଛନ୍ତି । ତେବେ ଆଜି ସେମାନଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିଲା । ତେଣୁ ନିଆଁ ବେଶୀ ବ୍ୟାପି ନଥିଲା ।

LEAVE A REPLY

Please enter your comment!
Please enter your name here