26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଶିମିଳିପାଳ ବନ୍ୟଜନ୍ତୁ ସୁରକ୍ଷିତ

ଶିମିଳିପାଳ ବନ୍ୟଜନ୍ତୁ ସୁରକ୍ଷିତ

ଭୁବନେଶ୍ୱର: ଶିମିଳିପାଳ କୋର ଅଂଚଳକୁ ବ୍ୟାପିନାହିଁ ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ଶିମିଳିପାଳ ଜଙ୍ଗଲର ବନାଗ୍ନି ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଛି । ବନାଗ୍ନି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବାହ୍ୟାଂଚଳ ଜଙ୍ଗଲରେ ସୀମିତ । ସେଥିପାଇଁ କୋର୍ ଅଂଚଳର ବନ୍ୟଜନ୍ତୁ ପ୍ରଭାବିତ ହୋଇନାହାନ୍ତି । ଗତ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ସେଠାରେ ରହୁଥିବା ୩୦୦ରୁ ଅଧିକ ପ୍ରଜାତୀର ଜୀବଜନ୍ତୁ ଏବେ ତ୍ରାହି ତ୍ରାହି କରୁଛନ୍ତି । ଶିମିଳିପାଳ କୌଣସି ଛୋଟ ଜଙ୍ଗଲ ନୁହେଁ। ଏହା ବାଘ ଓ ହାତୀଙ୍କ ଘର, ବିଶ୍ୱ ଐତିହ୍ୟରେ ସ୍ଥାନ ମଧ୍ୟ ପାଇଛି।  କେବଳ ଯେ ଶିମିଳିପାଳ  ଜଳୁଛି ତାହା ନୁହେଁ। ଦକ୍ଷିଣ ଓଡିଶା ର ଜଙ୍ଗଲରେ ବି ନିଆଁ ଲାଗିଛି। ଅନେକ ଜଙ୍ଗଲରେ ବିଭିନ୍ନ କାରଣରୁ ନିଆଁ  ଲାଗିଥିବା ଖବର ପଦାକୁ ଆସିବା ପରେ ନିଆଁ କୁ ଆୟତ କରିବା ଲାଗି ବନ ବିଭାଗ ର ସ୍ବତନ୍ତ୍ର ଟିମ ଲାଗି ପଡିଛନ୍ତି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ କୋରାପୁଟ ଭଳି ଜିଲ୍ଲାରେ ଏବେ ମଧ୍ୟ ଜଙ୍ଗଲ ଗୁଡିକର ୭୧ଟି ପଏଣ୍ଟରେ ନିଆଁ ଲାଗିଥିବା  ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking