29.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଉପ-ଜିଲ୍ଲାପାଳଙ୍କ ଗିରଫ ଦାବି କଲା ସଚେତନ ମହିଳା ମଂଚ

ଉପ-ଜିଲ୍ଲାପାଳଙ୍କ ଗିରଫ ଦାବି କଲା ସଚେତନ ମହିଳା ମଂଚ

ବଲାଙ୍ଗିର: ସଚେତନ ମହିଳା ମଂଚ ବଲାଙ୍ଗିର ଉପ-ଜିଲ୍ଲାପାଳଙ୍କ ଗିରଫ ଦାବୀ କରି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉପ-ଜିଲ୍ଲାପାଳଙ୍କୁ ଅଧସ୍ଥନ କର୍ମଚାରୀଙ୍କୁ ଅସଦାଚାରଣ ଅଭିଯୋଗରେ ରାଜ୍ୟ ମୁଖ୍ୟ ଶାସନ ସଚିବ କାର୍ଯ୍ୟାଳୟ ତରଫରୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ବିଭାଗିୟ ତଦନ୍ତ ଜାରି ରହିଛି । ଯଦି ଉପ-ଜିଲ୍ଲାପାଳ ଖୋଲା ରହନ୍ତି ,ସେ ଏହି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ସେହିପରି ଏହି ଘଟଣାର ତଦନ୍ତ କରିବା ପାଇଁ ଯେଉଁ ବିଭାଗିୟ କମିଟି କରାଯାଇଛି, ସେହି କମିଟିରେ କେବଳ ବିଭାଗିୟ କର୍ମଚାରୀ ଓ ପ୍ରଶାସନିକ ଅଧୀକାରୀ ରହିଛନ୍ତି । ଯାହା ପୁନଃ ତଦନ୍ତର ନିରେପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହି କମିଟିରେ ସଚେତନ ମହିଳା ମଂଚ ଭଳି କିଛି ସଦସ୍ୟକୁ ସାମିଲ କରାଗଲେ ତଦନ୍ତର ସ୍ୱଚ୍ଛତା ବଢିବା ସହ ଏଥିରେ ପକ୍ଷପାତିତା ର ସମ୍ଭାବନା ରହିବ ନାହିଁ ବୋଲି ମଂଚ ତରଫରୁ କୁହାଯାଇଛି । ଆହୁରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭ କ୍ୟାମେରା ଏହି ଘଟଣାରେ ନିର୍ଣ୍ଣାୟକ ସାବିତ ହୋଇଥାନ୍ତା କିନ୍ତୁ ଏହାର ସମସ୍ତ କଣ୍ଟ୍ରୋଲ ଉପ-ଜିଲ୍ଲାପାଳଙ୍କ ପ୍ରକୋଷ୍ଟରେ ରହିଥିବା ବେଳେ ଠିକ ସମୟରେ ଏହା ଅଚଳ ହେବା ଘଟଣାରେ ସନ୍ଦେହକୁ ଆହୁରି ଘନିଭୂତ କରୁଛି । ଯଦି ଏହି ସିସିଟିଭି ପୁର୍ବରୁ ଅଚଳ ହୋଇ ପଡିଥିଲା ତେବେ ଏହାକୁ କାହିଁକି ଠିକ କରାଯାଇ ନାହିଁ । ଏହା ଦ୍ୱାରା ଆହୁରି କିଛି ଅନୈତିକ ଘଟଣା ମଧ୍ୟ ଲୋକଲୋଚନକୁ ଆସି ପାରିନାହିଁ ତେବେ ଏହକୁ ବିଭିନ୍ନ ବେଆଇନ ଘଟଣାର କୌଣସି ପ୍ରମାଣ ନ ରଖୀବାକୁ ଜାଣି ଶୁଣି ବନ୍ଦ କରାଯାଇ ନାହି ତ ବୋଲି ମଂଚ ପ୍ରଶ୍ନ କରିଛି । ସୂଚନା ଯୋଗ୍ୟ ଯେ, ଘଟଣାରେ ପିଡିତ ମହିଳା କର୍ମଚାରୀ ପୁଇଁନ୍ତଳା ବ୍ଲକ ରେ ନିଯୁକ୍ତି ପାଇ କିରାଣି ଭାବେ କାମ କରୁଥିଲେ । କିଛି ଦିନ ତଳେ ଏହି ବ୍ଲକ କାର୍ଯ୍ୟାଳୟକୁ ଉପ-ଜିଲ୍ଲାପାଳ ବିଭିନ୍ନ କାମରେ ଦୁଇଥର ଯାଇଥିଲେ । ଏହା ପରେ ହଠାତ ପିଡିତଙ୍କ ବଦଳି ଉପ-ଜିଲ୍ଲ୍ାପାଳ କାର୍ଯ୍ୟାଳୟକୁ ହୋଥିଲା । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ ଆରମ୍ଭ କରିବା ଦିନଠୁ ବିଭିନ୍ନ କର୍ମଚାରୀ ଉପ-ଜିଲ୍ଲାପାଲଙ୍କ ସହ ସାଖ୍ୟାତ କରି ସଂପର୍କ ବଢାଇବା ପାଇଁ ପ୍ରବର୍ତ୍ତାଉ ଥିଲେ । ତେବେ କାର୍ଯ୍ୟାଳୟରେ କାମ ଆରମ୍ଭ କରିବାର ଠିକ ୧୩ ନମ୍ବର ଦିନ ଏହି ଘଟଣା ଘଟିଥିଲା । ଏଥିରୁ ଏହା ସ୍ପଷ୍ଟ ଯେ, ଯୋଜନା ବଦ୍ଧ ଭାବେ ପିଡିତାଙ୍କ ବଦଳ ଏହି କାର୍ଯ୍ୟାଳୟକୁ କାରାଯାଇଥିଲା ବୋଲି ଖୋଦ ପିଡିତା ସଂନ୍ଦେହ କରୁଥିବା ମହିଳା ମଂଚର ସଭାପତ ସାଗରିକା ଗୁରୁଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି । ତେବେ ଏଭଳି ଯୋଜନାବଦ୍ଧ ତରିକାରେ ମହିଳାଙ୍କୁ ନି କାର୍ଯ୍ୟାଳୟକୁ ବଦଳିରେ ଆଣି ଏଭଳି କାଣ୍ଡ ଭୀଆଉଥିବା ସରକାରି ବାବୁ ମାନଙ୍କ ପାଖରେ ସାଧାରଣ ମହିଳା କେତେ ସୁରକ୍ଷିତ । ଖୋଦ ରକ୍ଷକ ଯେବେ ଭକ୍ଷକ ସାଜେ ତେବେ ମହିଲାଙ୍କୁ କିଏ ସୁରକ୍ଷା ଯୋଗାଇ ଦେବ ବୋଲି ମଂଚ ଚିନ୍ତା ପ୍ରକଟ କରିଛି । ମଂଚର ସଭାପତି ସାଗରିକା ଗୁରୁଙ୍କ ନେତୃତ୍ୱରେ , ଉପ-ସଭାପତି ନିହାରିକା ମିଶ୍ର, ସଞ୍ଜୁକ୍ତା ମିଶ୍ର. ଗିତାଞ୍ଜଳି ଦାଶ, ପ୍ରମିଳା ମିଶ୍ର, କାରାବୀ ଚାଟାର୍ଜି ପ୍ରମୁଖ ଉପଶ୍ତିତ ଥିଲୋ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking