28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶୟୁକ୍ରେନ କୋର୍ଟରେ ରୁଷ ସୈନିକ ଦୋଷୀ ସାବ୍ୟସ୍ତ

ୟୁକ୍ରେନ କୋର୍ଟରେ ରୁଷ ସୈନିକ ଦୋଷୀ ସାବ୍ୟସ୍ତ

କିଭ୍: ଚାଲିଛି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ । ଏହାରି ଭିତରେ ପ୍ରଥମ ଥର ପାଇଁ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତର ପୂର୍ବ ସୁମି ଅଞ୍ଚଳରେ ୟୁକ୍ରେନ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ପ୍ରଥମଥର ପାଇଁ ଜଣେ ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍  ପ୍ରଥମଥର ପାଇଁ ଏଭଳି ଟ୍ରାଏଲ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ସୈନ୍ୟ ଜଣକ ହେଉଛନ୍ତି ସେରେଗେଣ୍ଟ ଭାଦିମ୍ ଶିଶିମାରିନ୍ । ସେରେଗେଣ୍ଟ ଭାଦିମ ଙ୍କୁ ୨୧ ବର୍ଷ । ଦୋଷୀ ସାବ୍ୟସ୍ତ ହୋଇଥିବା ସୈନ୍ୟ କହିଛନ୍ତି, ଯେ ସେ କେବଳ ତାଙ୍କର ସେନାର ନିର୍ଦ୍ଦେଶ ପାଳନ କରିଛନ୍ତି। କାର ଭିତରୁ ଥାଇ ଶିଶିମାରିନ୍ ୟୁକ୍ରେନ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଗତ ଫେବୃଆରୀ ୨୮ରେ ରୁଷ ଆକ୍ରମଣର ୪ ଦିନ ପରେ ଏଭଳି ବର୍ବର କାଣ୍ଡ ଘଟାଥିଲେ ଶିଶିମାରିନ୍ ।ରୁଷ ସୈନ୍ୟ ମାନେ ୩ ମାସ ହେଲାଣି ୟୁକ୍ରେନ୍ ନାଗରିକଙ୍କ ଉପରେ ଆକ୍ରଣ ଜାରି ରଖିଛନ୍ତି। ଏ ନେଇ ହଜାର ହଜାର ଯୁଦ୍ଧ ଅପରାଧକୁ ନେଇ ୟୁକ୍ରେନ୍ ଓକିଲ ଆଇନଗତ ଲଢ଼େଇ କରୁଛନ୍ତି। ଖାଲି ସେତିକି ନୁହଁ ରୁଷ ସୈନ୍ୟମାନେ ୟୁକ୍ରେନରେ ପାଶିବକ ଅତ୍ୟାଚାର କରୁଛନ୍ତି। ଛୋଟ ଝିଅ ଏବଂ ମହିଳାମାନଙ୍କୁ ଯୌନ ନିର‌୍ୟାତନା ଦେଉଛନ୍ତି। ଏହାରି ଭିତରେ ଅନେକ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଲାଣି। ଥିଏଟର, ହସପିଟାଲ ଓ ସ୍କୁଲ ଗୁଡ଼ିକୁ ଆକ୍ରମଣ କରି ଉଡ଼ାଇ ଦେଇଛନ୍ତି। କ୍ରମାଗତ ଆକ୍ରମଣରେ ୟୁକ୍ରେନ୍ରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଯୁଦ୍ଧ ଭୟରେ ଅଧିକାଂଶ ଲୋକେ ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking