29.1 C
Bhubaneswar
Thursday, October 6, 2022
Homeଦେଶ ବିଦେଶରୁଷ-ୟୁକ୍ରେନ ଯୁଦ୍ଧ : ଦେଶ ଛାଡିବେ ପୁଟିନ

ରୁଷ-ୟୁକ୍ରେନ ଯୁଦ୍ଧ : ଦେଶ ଛାଡିବେ ପୁଟିନ

ନୂଆଦିଲ୍ଲୀ : ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରଥମ ଥର ପାଇଁ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷ ଫେବ୍ରୁଆରୀରେ ପୁଟିନ ରୁଷ ଉପରେ ଆକ୍ରମଣ କରିବାକୁ ଆଦେଶ ଦେବା ପରେ ରୁଷ ଛାଡି ବିଦେଶ ଗସ୍ତରେ ଯାଇ ନାହାନ୍ତି ପୁଟିନ ।ରିପୋର୍ଟ ଅନୁଯାୟୀ, ରୁଷ ରାଷ୍ଟ୍ରପତି ମଧ୍ୟ ଏସିଆର ପୂର୍ବ ସୋଭିଏତର ଦୁଇଟି ଦେଶକୁ ଯାତ୍ରା କରିବାର ଯୋଜନା ରହିଛି । ଯେବେଠୁ ରୁଷ ୟୁକ୍ରେନ ଉପରେ ହମଲା କରିଛି , ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ପଶ୍ଚିମୀ ରାଷ୍ଟ୍ର ମାନଙ୍କ ଉପରେ ଗମ୍ଭୀର ପ୍ରଭାବ ପଡିଛି । କ୍ରେମଲିନ ସମ୍ବାଦଦାତା ପାବେଲ ଜାରୁବିନ କହିଛନ୍ତି କି ପୁଟିନ ତାଜାକିସ୍ତାନ ଏବଂ ତୁର୍କୀମେନିସ୍ଥାନ ଯାତ୍ରା କରିବେ ଏବଂ ମସ୍କୋରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡଙ୍କ ସହ ସାକ୍ଷାତ କରିବେ । ଅନ୍ୟପଟେ ରାଷ୍ଟ୍ରପତି ପୁଟିନ ତାଜକିର ରାଷ୍ଟ୍ରପତି ଇମୋମାଲି ରାଖମୋନ ଙ୍କ ସହ ସାକ୍ଷାତ କରିବେ । ତାଜକି ରୁଷର ଘନିଷ୍ଠ ସହଯୋଗୀ ରାଷ୍ଟ୍ର । ପୂର୍ବ ସୋଭିଏତର ଏହି ଦେଶରେ ଶାସକ ବହୁ ଲମ୍ବା ସମୟ ଧରି ଶାସନ କରୁଛନ୍ତି । ଏହା ସହ କୈସ୍ପିୟନ ଦେଶର ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେବେ । ଦୁଇ ଦିନ ଧରି ଜୁନ ୩୦ ଏବଂ ୧ ଜୁଲାଇ ରେ ପୁଟିନ ଙ୍କ ଏହି ସମସ୍ତ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି । ଦୁଇ ମାସ ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବାର ଯୋଜନା ପରେ ଏହା ପୁଟିନଙ୍କ ପ୍ରଥମ ଗସ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking