ଋଷରୁ ଆସିବ ୧୦ କୋଟି ଟିକା

ଭୁବନେଶ୍ୱର: ଋଷରୁ ଆସିବ ୧୦ କୋଟି କରୋନା ଟିକା ସ୍ପୁଟନିକ-ଭି । ଭାରତକୁ ୧୦ କୋଟି ସ୍ଫୁଟନିକ-ଭି ଟିକା ଦେବାକୁ ଚୁକ୍ତି ହୋଇଛି । ବାରତୀୟ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀଙ୍କୁ ମିଳିବ ଟିକା । ଋଷର ଆରଡିଆଇଏଫ ସହ ଡକ୍ଟର ରେଡ୍ଡୀ ଲ୍ୟାବର ଚୁକ୍ତି ହୋଇଛି । ବିଶେଷଜ୍ଞ କମିଟିରୁ ଅନୁମତି ମିଳିଲା ପରେ ଟିକା ମିଳିବ । ଚଳିତ ବର୍ଷ ଶେଷ ସୁଦ୍ଧା ଋଷରୁ ଟିକା ଆସିବା ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ କରୋନା ସ୍ଥିତି ଅସମ୍ବାଳ ହେଉଛି । ଦେଶରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୨ ହଜାର ୦୬୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ହଜାର ୧୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୨୦ ହଜାର ୩୬୦ କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଦେଶରେ ୯ ଲକ୍ଷ ୯୫ ହଜାର ୯୩୩ ଜଣ ଚିକିତ୍ସିତ ହେଉଥିବା ବେଳେ ୩୯ ଲକ୍ଷ ୪୨ ହଜାର ୩୬୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୯,୪୨,୩୬୦ ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୩% ରହିଥିବା ବେଳେ ଆରୋଗ୍ୟ ହାର ୭୮.୫୩% ରହିଛି।

LEAVE A REPLY

Please enter your comment!
Please enter your name here