40.1 C
Bhubaneswar
Thursday, April 25, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଭାରତର ସହାୟତା ଲୋଡ଼ିଲା ରୁଷ

ଭାରତର ସହାୟତା ଲୋଡ଼ିଲା ରୁଷ

ନୂଆଦିଲ୍ଲୀ : ୟୁକ୍ରେନ ରୁଷ ମଧ୍ୟରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ୟୁକ୍ରେନ ସୀମା ଅତିକ୍ରମ କରିଛି ରୁଷ । ଡୋଣ୍ଟସ୍କ ଏବଂ ଲୁହାନସ୍କର ଦୁଇଟି ସହରକୁ କବଜା କରିବା ପାଇଁ ରୁଷିଆ ଚଳାଇଛି ଉଦମ । ୧୦୦ରୁ ଅଧିକ ସାମରିକ ଟ୍ରକ୍ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହରରେ ପ୍ରବେଶ କରିଛି । ଅନ୍ୟପକ୍ଷରେ, ୟୁକ୍ରେନ ସୀମାରେ ଅବସ୍ଥାପିତ ସୈନିକମାନଙ୍କ ପାଇଁ ପୁଟିନ ମଧ୍ୟ ଚିକିତ୍ସା ସହାୟତା ପଠାଇବା ଆରମ୍ଭ କରିଛନ୍ତି। ଆମେରିକା ମଧ୍ୟ ସୈନ ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ପଠାଇବା ଆରମ୍ଭ କରିଛି। ହ୍ୱାଇଟ ହାଉସ ରୁଷର ସମସ୍ତ କାର୍ଯକଳାପକୁ ନିନ୍ଦା କରିଛି ।

ୟୁକ୍ରେନ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ରୁଷ ଉପରେ ୟୁରୋପୀୟ ଦେଶ ସମୂହ ଖପ୍ପା । ରୁଷ ବିରୋଧରେ ଏହି ଦେଶଗୁଡିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେପଟେ ରୁଷ ସହଯୋଗ ପାଇବା ପାଇଁ ଭାରତକୁ ନିବେଦନ କରିଛି। ନୂଆଦିଲ୍ଲୀରେ ଥିବା ରୁଷ ଦୂତାବାସ ପକ୍ଷରୁ କୁହାଯାଇଛି, ରୁଷ ଆଶା କରୁଛି ଦୁଇ ଦେଶର ସହଭାଗିତା ବର୍ତ୍ତମାନ ସ୍ଥିତିରେ ସମାନ ସ୍ତରରେ ଚାଲିବ । ଦୂତାବାସ କହିଛି ୨୦୨୧ ଡିସେମ୍ବରରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାର ଫଳାଫଳକୁ ଦୃଷ୍ଟି ଦିଆଯିବା ଉଚିତ୍। ପ୍ରତିରକ୍ଷା କ୍ଷେତ୍ରରେ ରୁଷ ଭାରତକୁ୧୦ ବର୍ଷ ସହଯୋଗ କରିବା ପାଇଁ ଦ୍ୱିପାକ୍ଷିକ ଆଲୋଚନାରେ ସ୍ୱାକ୍ଷର କରିଛି ।

ରୁଷିଆ ନିଶ୍ଚିତ ଯେ ସମସ୍ତ ଯୋଜନା ସଫଳତାର ସହିତ କାର୍ୟ୍ୟକାରୀ ହେବ । ତେଣେ ସରକାରୀ ମାନ୍ୟତା ପାଇଁ ଡଣ୍ଟସ୍କ ଏବଂ ଲୁହାନସ୍କ ଆବେଦନ କରିଛନ୍ତି । ଡୋଣ୍ଟସ୍କ ଏବଂ ଲୁହାନସ୍କକୁ ରୁଷ ସ୍ୱାଧୀନ ଦେଶ ଭାବରେ ଘୋଷଣା କରିବା ପରେ ଆଜି ଉଭୟ ଦେଶ ସରକାରୀ ମାନ୍ୟତା ପାଇଁ ଆବେଦନ କରିଛନ୍ତି । ଦିଲ୍ଲୀରେ ଥିବା ରୁଷିଆ ଦୂତାବାସର ଡେପୁଟି ହେଡ୍ ଏହାକୁ ସ୍ୱୀକାର କରିଛନ୍ତି । କିନ୍ତୁ ଆରମ୍ଭରୁ ୟୁକ୍ରେନ ସମେତ ସୋଭିଏତ୍ ୟୁନିଅନର ଦେଶଗୁଡିକର ବକ୍ତିଗତ କାର୍ଯ୍ୟରେ ଆମେରିକା ହସ୍ତକ୍ଷେପ କରିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking