32.1 C
Bhubaneswar
Thursday, March 28, 2024
Homeକରୋନାକରୋନା ସଂକ୍ରମଣ : ଆଇସୋଲେସନ୍‌ରେ ରୁଷିଆ ରାଷ୍ଟ୍ରପତି

କରୋନା ସଂକ୍ରମଣ : ଆଇସୋଲେସନ୍‌ରେ ରୁଷିଆ ରାଷ୍ଟ୍ରପତି

ମସ୍କୋ : ରୁଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଆଇସୋଲେସନ୍‌ରେ ରହିଛନ୍ତି । କରୋନା ସଂକ୍ରମଣ ଆଶଙ୍କାରେ ସେ ଡାକ୍ତରଙ୍କ ସହିତ ପରାମର୍ଶ ପରେ ଏଭଳି ପଦକ୍ଷେପ ନେଇଛନ୍ତି । ଡାକ୍ତରଙ୍କ ସୂଚନାନୁଯାୟୀ ପୁତିନଙ୍କଠାରେ କରୋନା ସଂକ୍ରମଣର ସୂଚନା ମିଳିଛି । ପୁତିନଙ୍କୁ ଗତ ୨୪ତାରିଖରେ ଭେଟିଥିବା ଜଣେ ଡାକ୍ତର କରୋନା ଆକ୍ରାନ୍ତ ହେବା ପରେ ରାଷ୍ଟ୍ରପତି ସତର୍କ ହୋଇଯାଇଛନ୍ତି । ପୁତିନ ନିଜ ବାସଭବନରୁ କାର୍ଯ୍ୟ ତଦାରଖ କରୁଛନ୍ତି । ଅନ୍ୟପକ୍ଷରେ ରୁଷିଆରେ କରୋନା ବ୍ୟାପୁଥିବାବେଳେ ସଂକ୍ରମଣ ସଂଖ୍ୟା ୨୭୭୭ ଓ ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଛି । ପୁତିନଙ୍କୁ ନେଇ ସାଧାରଣରେ ଆତଙ୍କ ବୃଦ୍ଧି ପାଇଛି ।
https://onakhabar.com/2020/04/01/star-wars-actor-died-on-corona-virus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking