40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ପ୍ରବେଶ ଉପରେ ରୁଷର କଟକଣା

ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ପ୍ରବେଶ ଉପରେ ରୁଷର କଟକଣା

ମସ୍କୋ: ଅନେକ ମାସ ଧରି ଜାରି ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ ପଦକ୍ଷେପ ଉଠାଇଛି ରୁଷ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ସମେତ ୨୩ ଜଣ ଆମେରିକୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ରୁଷ। ରୁଷ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଏ ସଂପର୍କରେ ମଙ୍ଗଳବାର ସୂଚନା ଦିଆଯାଇଛି। ସଂପ୍ରତି ରୁଷ ବିରୋଧରେ ସମଗ୍ର ଦୁନିଆରେ କଟକଣା ବଢିବାରେ ଲାଗିଛି। ପ୍ରାୟତଃ ଏକଘରିଆ ହୋଇ ରହିଛି ରୁଷ। ଏଥିରେ ପ୍ରତିକ୍ରିୟାଶୀଳ ପ୍ରକାଶ କରି ରୁଷ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ରୁଷରେ ପ୍ରବେଶ ଉପରେ କଟକଣା ଲଗାଇଛି। ବାଇଡେନଙ୍କ ପତ୍ନୀ ଜିଲ୍ ଏବଂ ଝିଅ ଏସଲେଙ୍କ ସହିତ ଦେଶର ‘ଷ୍ଟପ୍ ଲିଷ୍ଟ’ରେ ୨୫ ଜଣଙ୍କ ନାମରେ ଯୋଡି ହୋଇ ଯାଇଛି। ରୁଷ ଚାରି ଆମେରିକୀୟ ସାଂସଦଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking