31.1 C
Bhubaneswar
Friday, March 29, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣ ଜାରି : ବୋମାମାଡ଼ରେ ସ୍କୁଲ ଧ୍ୱଂସ, ୬୦ ମୃତ!

ୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣ ଜାରି : ବୋମାମାଡ଼ରେ ସ୍କୁଲ ଧ୍ୱଂସ, ୬୦ ମୃତ!

କିଭ: ରୁଷ୍‌ର ବୋମାବର୍ଷୀ ବିମାନଗୁଡିକ ଶନିବାର ୟୁକ୍ରେନ୍‌ର ଲୁହାନ୍‌ସ୍କ୍ ପ୍ରଦେଶ ଉପରେ ପ୍ରବଳ ବୋମାମାଡ କରିଛନ୍ତି । ଫଳରେ ବିଲୋହୋରିଭ୍‌କା ସହରରେ ଥିବା ଏକ ସ୍କୁଲ ଧ୍ୱଂସ ପାଇଥିବାବେଳେ ସେଥିରେ ଆଶ୍ରୟ ନେଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଲୁହାନ୍‌ସ୍କ ଗଭର୍ଣ୍ଣର ସେର୍‌ହି ଗାଇଦାଇ ଏହି ଆକ୍ରମଣ ସମ୍ବାଦକୁ ସ୍ୱୀକାର କରିଛନ୍ତି । ଆକ୍ରମଣ ସମୟରେ ଉକ୍ତ ସ୍କୁଲରେ ଶତାଧିକ ଲୋକ ଆଶ୍ରୟ ନେଇଥିଲେ । ଏପର୍ଯ୍ୟନ୍ତ ୨ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଧ୍ୱଂସସ୍ତୂପ ତଳେ ଅନେକ ପୋତିହୋଇଥିବା ସେ ଆଶଙ୍କା କରିଛନ୍ତି । ବୋମାମାଡ ଯୋଗୁଁ ସ୍କୁଲ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ।

ଏହା ଲିଭାଇବାକୁ ଦମକଳ ବାହିନୀକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା । ଘଟଣାସ୍ଥଳରୁ ଆହତ ୩୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ୟୁକ୍ରେନ୍ ସରକାରଙ୍କ ଏଭଳି ଦାବିର ସତ୍ୟତାକୁ ଯାଞ୍ଚ୍ କରାଯାଇନାହିଁ ବୋଲି ରଏଟର ପକ୍ଷରୁ କୁହାଯାଇଛି । ପ୍ରାୟ ୧୦ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧରେ ରୁଷ୍ ସେନା ଆକ୍ରମଣରେ ୟୁକ୍ରେନ୍‌ର ଏକାଧିକ ସହର ଶ୍ମଶାନ ପାଲଟିଥିବାବେଳେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁକ୍ରେନ୍‌ବାସୀ ଦେଶଛାଡି ଅନ୍ୟତ୍ର ପଳାୟନ କରିଛନ୍ତି । ଅପରପକ୍ଷରେ ମାରିୟୁପୋଲ ସହରରେ ଥିବା ଆଜୋଭ୍‌ସ୍ତଲ ଇସ୍ପାତ କାରଖାନା ପରିସରରେ ଫସିଥିବା ସବୁ ୟୁକ୍ରେନ୍ ନାଗରିକଙ୍କୁ ଇତିମଧ୍ୟରେ ସୁରକ୍ଷିତଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି ୟୁକ୍ରେନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରୁଷ୍ ସେନା ଗୋଟିଏପଟେ ମାରିୟୁପୋଲ ସହରକୁ ଅକ୍ତିଆର କରିଥିବା ଦାବି କରୁଥିବାବେଳେ ୟୁକ୍ରେନ୍ କିନ୍ତୁ ଏହାକୁ ଅସ୍ୱୀକାର କରିଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking