27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଖାରକିଭରେ ପୁଣି ଏୟାରଷ୍ଟ୍ରାଇକ କଲା ରୁଷ

ଖାରକିଭରେ ପୁଣି ଏୟାରଷ୍ଟ୍ରାଇକ କଲା ରୁଷ

କିଏଭ୍: ୟୁକ୍ରେନର ଖାରକିଭ୍ ଅଞ୍ଚଳରେ ରୁଷ ପୁଣି ସାନି ଏୟାରଷ୍ଟ୍ରାଇକ୍ କରିଛି । ଏହାଦ୍ୱାରା ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା ପ୍ରଭାବିତ ହୋଇଛନ୍ତି । କିଛି ଘର ଓ ଭିତ୍ତିଭୂମି ଧ୍ୱଂସ ହୋଇଛି । ଖାରକିଭ୍ରୁ ରୁଷ ସେନା ଛତ୍ରଭଙ୍ଗ ଦେଉଥିବା ରବିବାର ରିପୋର୍ଟ ପ୍ରକାଶ ପାଇଥିଲା । ଇଜୁମ୍ ସହରରୁ ବିଦେଶୀ ସୈନ୍ୟମାନେ ପଳାୟନ କରୁଥିବା କୁହାଯାଇଥିଲା । ସେମାନେ ଅନ୍ୟ ଅଞ୍ଚଳ ଉପରେ ବଡ଼ ଆକ୍ରମଣ କରିଥିବାରୁ ଭିନ୍ନ ପରିସ୍ଥିତି ଉପୁଜିଛି । ସେପଟେ ଖାରକିଭ୍କୁ ଜଳ ଓ ବିଜୁଳି ଯୋଗାଣ ଅତିମାତ୍ରାରେ ପ୍ରଭାବିତ ହୋଇଛି । ପୁଟିନ୍ ସେନା ସୋମବାର ଖାରକିଭର କେତେକ ଭିତ୍ତିଭୂମି ବ୍ୟବସ୍ଥା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ବିସ୍ଫୋରଣ ଶବ୍ଦରେ ସହରର କେନ୍ଦ୍ରସ୍ଥଳ ଦୋହଲି ଉଠିଛି । ଖାରକିଭ୍ର ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟଙ୍କ ମୁତାବକ ରୁଷର ସୈନ୍ୟମାନେ ଆଜି ସାନି ବୋମା ମାଡ଼ କରିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । କିଭସ୍କିରେ କିଛି ସଡ଼କକୁ ସେମାନେ ଟାର୍ଗେଟ୍ କରି ଉଡ଼ାଇ ଦେଇଛନ୍ତି । ରୁଷ୍ର ଏହି ନୂଆ ଆକ୍ରମଣ ଯୋଗୁ ଖାରକିଭ୍ ଅଞ୍ଚଳରେ ବିଜୁଳି ଓ ଜଳ ଯୋଗାଣ ପ୍ରଭାବିତ ହୋଇଥିବା ମେୟର ଆଇହର୍ ତେରେକୋଭ ସ୍ପଷ୍ଟ କରିଛନ୍ତି । ପରିସ୍ଥିତି ପୁଣି ପୂର୍ବ ଭଳି ହୋଇଯାଇଛି । ବୋମା ମାଡ଼ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରଭାବିତ ହୋଇଛି । ସ୍ଥିତିରେ ସ୍ୱାଭାବିକତା ଫେରାଇ ଆଣିବା ସକାଶେ ବିଦ୍ୟୁତ୍ କ୍ଷେତ୍ରର ଯନ୍ତ୍ରୀମାନେ ଲାଗିଛନ୍ତି । ଉଦ୍ଧାରକାରୀ ଦଳ ମଧ୍ୟ ନିୟୋଜିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking