34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଫେସବୁକ ଓ ଟେଲିଗ୍ରାମ ଉପରେ ରୁଷିଆର ସାନି ଜରିମାନା

ଫେସବୁକ ଓ ଟେଲିଗ୍ରାମ ଉପରେ ରୁଷିଆର ସାନି ଜରିମାନା

ମସ୍କୋ : ନିଷେଧ କରାଯାଇଥିବା ବିଷୟବସ୍ତୁକୁ ହଟାଇବାରେ ବିଫଳ ହୋଇଥିବାରୁ ରୁଷିଆର ମସ୍କୋସ୍ଥିତ ଏକ ଜିଲା ଅଦାଲତ ଫେସବୁକ ଓ ଟେଲିଗ୍ରାମ ଉପରେ ବହୁକୋଟି ରୁବଲ୍‍ (ରୁଷୀୟ ମୁଦ୍ରା) ଜରିମାନା କରିଛନ୍ତି। ଅଦାଲତ ଫେସବୁକ ବିରୁଦ୍ଧରେ ଚାରିଟି ବିଷୟକୁ ନେଇ ମୋଟ ୧୭ ନିୟୁତ ରୁବଲ (୨୩୬,୦୦୦ ଡଲାର) ଜରିମାନା କରିଥିବା ସରକାରୀ ସୂତ୍ରରୁ କୁହାଯାଇଛି। ସେହିଭଳି ଟେଲିଗ୍ରାମ ବିରୁଦ୍ଧରେ ପ୍ରଶାସନିକ ଅପରାଧ ପାଇଁ ରୁଷୀୟ ଆଇନ ଅନୁଯାୟୀ ୧୦ ନିୟୁତ ରୁବଲ ଜରିମାନା କରାଯାଇଛି। ତେବେ ଫେସବୁକ ଏବଂ ଟେଲିଗ୍ରାମରେ କେଉଁ ବିଷୟ ରୁଷିଆର ଆଇନର ବିରୁଦ୍ଧାଚରଣ କରିଛି ତାହା ଦେଶର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇନାହିଁ। ଗତ ମାସରେ ମଧ୍ୟ ଏହି ଦୁଇ ସଂସ୍ଥା ଉପରେ ଯଥାକ୍ରମେ ୨୬ ନିୟୁତ ଓ ୫ ନିୟୁତ ରୁବଲ ଜରିମାନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking