26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରୁଷର ଆକ୍ରମଣରେ ୟୁକ୍ରେନ ଘାଇଲା

ରୁଷର ଆକ୍ରମଣରେ ୟୁକ୍ରେନ ଘାଇଲା

କିଭ: ରୁଷ ୟୁକ୍ରେନ ଯୁଦ୍ଧ କୁ ବିତିଲାଣି ୧୧୮ ଦିନ ।ରୁଷ ର ଆକ୍ରମଣ ରେ ୟୁକ୍ରେନ ଛାରଖାର ହୋଇଗଲାଣି । ଅନେକ ୟୁକ୍ରେନ ବାସୀ ଦେଶ ଛାଡି ସାରିଲେଣି । ଖାଦ୍ୟ ପାନୀୟ ଜଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ୟୁକ୍ରେନ ଉପରେ ୪ ମାସଧରି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି ।କିନ୍ତୁ ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ଯୁଦ୍ଧ କୁ ନେଇ ପୁରା ଦୁନିଆ ଚିନ୍ତିତ ଅଛି । ଏହା ସହ ଅନେକ ଦେଶର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି । ଯୁଦ୍ଧ ମଧ୍ୟରେ ରୁଷ ର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ବଡ ବୟାନ ଦେଇଛନ୍ତି , ଯାହାକୁ ନେଇ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ , ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କହିଛନ୍ତି କି , କୈାଣସି ଦେଶକୁ ପରମାଣୁ ଆକ୍ରମଣ ନେଇ ଧମକ ଦିଆଯାଉନି କିନ୍ତୁ ସମସ୍ତ ଙ୍କୁ ଜଣାଇ ଦିଆଯାଉଛି କି ଆମ ପାଖରେ ନ୍ୟୁକ୍ଲିୟର ହତିଆର ରହିଛି । ପୂର୍ବ ୟୁକ୍ରେନରେ ଜୋରଦାର ଯୁଦ୍ଧ । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରୟୋଗରେ ଆଗକୁ ବଢ଼ୁଛି ଋଷ ।  ତମାମ ପ୍ରଚେଷ୍ଟା ସତ୍ତ୍ବେ ଏହି ବିଧ୍ବଂସକାରୀ ଯୁଦ୍ଧ ଥମିବାର ରାସ୍ତା ବାହାରିପାରିନି । ୟୁରୋପୀୟ ୟୁନିଅନର ପ୍ରତିବନ୍ଧକ, ଜାତିସଂଘ ମୁଖ୍ୟଙ୍କ ଆଲୋଚନା ପରେ ବି ବାହାରିପାରିନି ଯୁଦ୍ଧ ସମାପ୍ତିର ବାଟ । ଯୁଦ୍ଧକୁ ନେଇ ପଶ୍ଚିମୀ ଦେଶ ଋଷ ଉପରେ ଆରୋପ ଲଗାଉଥିବା ବେଳେ ଆମେରିକା ଉପରେ ଦୋଷ ଲଦିଛି ମସ୍କୋ । ସେପଟେ ଯୁଦ୍ଧରେ ଋଷ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ବେଳେ ୟୁକ୍ରେନକୁ ହାଇଟେକ ମିଡିୟମ ରେଞ୍ଜ ରକେଟ ସିଷ୍ଟମ ପଠାଇବାକୁ ଘୋଷଣା କରିଛି ଆମେରିକା । ଏହି ସିଷ୍ଟମ ଯୋଗେ ୟୁକ୍ରେନ ସେନା ଡୋନବାସ ରିଜିଅନରେ ଋଷ ସେନାକୁ ସାମ୍ନା କରିପାରିବ । ସେପଟେ ପୂର୍ବ ୟୁକ୍ରେନରେ ସ୍ଥିତି ବିଗୁଡ଼ୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଯୁଦ୍ଧକୁ ଜୋରଦାର କରିଥିବା ବେଳେ ପଶ୍ଚିମୀ ଦେଶର ସହଯୋଗ ଲୋଡିଛନ୍ତି ଜେଲେନସ୍କି । ୟୁକ୍ରେନକୁ ଯୋଗାଅନି ଦୂରଗାମୀ କ୍ଷେପଣାସ୍ତ୍ର । ୟୁକ୍ରେନକୁ ଯଦି ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଯାଏ ତେବେ ନୂଆ ନୂଆ ଟାର୍ଗେଟରେ ଆକ୍ରମଣ କରାଯିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି- ୟୁକ୍ରେନକୁ ଅସ୍ତ୍ର ଯୋଗାଣ କରି ପାଶ୍ଚାତ୍ୟ ରାଷ୍ଟ୍ର ଦୀର୍ଘ ଯୁଦ୍ଧ ଲାଗି ଉଦ୍ୟମ କରୁଛନ୍ତି । ୟୁକ୍ରେନକୁ ହିମାର୍ସ ମଲ୍ଟିପଲ ରକେଟ ଲଞ୍ଚର ସିଷ୍ଟମ ଯୋଗାଇବାକୁ ଆମେରିକା ଘୋଷଣା କରିବା ପରେ ଏହାକୁ ବିରୋଧ କରିଛନ୍ତି ପୁଟିନ । ହିମାର୍ସ ହେଉଛି ଏକ ମୋବାଇଲ ୟୁନିଟ ଯାହାକି ୮୦ କିଲୋମିଟର ଦୂରରୁ ନିର୍ଭୁଲ ଭାବେ ଲଞ୍ଚ କରାଯାଇପାରିବ । ଏହି ସିଷ୍ଟମ ଯଦି ୟୁକ୍ରେନ ଲାଭ କରିବ ତେବେ ଋଷ ବାହିନୀ ଲାଗି ସମସ୍ୟା ସୃଷ୍ଟି କରିବ ।ସେପଟେ ଡୋନେସ୍କର କୁବ୍ରାସେଭିକିରେ ୟୁକ୍ରେନର ସଶସ୍ତ୍ର ବାହିନୀ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରେ କିଛି ଲୋକ ଆହତ ହେବା ସହ ଏକ ଆମ୍ବୁଲାନ୍ସ ଜଳି ଯାଇଛି । ତେବେ ରୁଷ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ରେ ବିଶ୍ୱ ଦୁଇ ଭାଗ ହୋଇଥିବା ବେଳେ ବିଶ୍ୱ ଯୁଦ୍ଧ ଆଡକୁ ଅଗ୍ରସର ହେଉଛି । ଅନେକ ଦେଶ ମାନଙ୍କ ଉପରେ ଯୁଦ୍ଧର ପ୍ରଭାବ ପଡିଛି । ରୁଷ ର ଆକ୍ରମଣରେ ୟୁକ୍ରେନ ଛାରଖାର ହୋଇଗଲାଣି । ତେବେ ରୁଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଏ ଯୁଦ୍ଧ କେବେ ଥମିବ ତାହା ଉପରେ ରହିଛି ସମସ୍ତ ଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking