27.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା କାଳରେ ରାଜଧାନୀରେ ଏମିତି ପାଳିତ ହେବ ଦଶହରା

କରୋନା କାଳରେ ରାଜଧାନୀରେ ଏମିତି ପାଳିତ ହେବ ଦଶହରା

ଭୁବନେଶ୍ଵର :ଦୁଇ ସପ୍ତାହର ‘ପିତ୍ରୁ ପକ୍ଷ’ ସେପ୍ଟେମ୍ବର ୧୭ ରେ ‘ମହଳୟା ଅମାବାସ୍ୟା’ ସହିତ ଶେଷ ହେବା ପରେ ଲୋକମାନେ ଦୁର୍ଗା ପୂଜାକୁ ଅପେକ୍ଷା କରିବା ଆରମ୍ଭ କରନ୍ତି | ଅନ୍ୟ ବର୍ଷ ତୁଳନାରେ, ଏହି ବର୍ଷ ଦୁର୍ଗା ପୂଜାର ଆରମ୍ଭକୁ ଚିହ୍ନିତ କରୁଥିବା ‘ମହାଶକ୍ତି’ରେ ଦେବୀ ଦୁର୍ଗାଙ୍କୁ ସ୍ୱାଗତ କରିବା ପୂର୍ବରୁ ଆମକୁ ଏକ ମାସ ଅପେକ୍ଷା କରିବାକୁ ପଡିବ |
ଶାସ୍ତ୍ର ଅନୁଯାୟୀ, ‘ମହାଲୟ’ ଏବଂ ‘ମଶା’ ମଧ୍ୟରେ ଥିବା ୩୫ ଦିନର ବ୍ୟବଧାନକୁ ‘ମଲା ମାସ’ ବା ‘ଅଶୁଦ୍ଧ ମାସ’ ନାମକ ଏକ ଘଟଣା ବୋଲି କୁହାଯାଏ, ଯେତେବେଳେ ଶାସ୍ତ୍ର ଅନୁଯାୟୀ ଶୁଭ ରୀତିନୀତି ଏଡ଼ାଇ ଦିଆଯାଏ। ଏକ ‘ମଲା ମାସ’ ହେଉଛି ଏକ ମାସ, ଯେଉଁଥିରେ ଦୁଇଟି ନୂତନ ଚନ୍ଦ୍ର ବା ‘ଅମାବାସ୍ୟା’ ଅଛି |

କରୋନା ମହାମାରୀ ପାଇଁ ସମସ୍ତ ଧାର୍ମିକ ସ୍ଥାନ ପାଖାପାଖି ୬ମାସ ହେବ ବନ୍ଦ ହୋଇ ରହିଛି । ଆଉ ସେଇଥିପାଇଁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଧାର୍ମିକ ପୂଜାକାର୍ଯ୍ୟ ଉପରେ ମୋଟାମୋଟି ଭାବେ ରୋକ୍ ଲଗାଯାଇଛି । ପୂର୍ବରୁ ମହାବିନାୟକଙ୍କ ପୂଜା ବି ଅନେକ ରାଜ୍ୟ ଓ ଜିଲ୍ଲା ମାନଙ୍କରେ ସ୍ଥଗିତ କରାଯାଇଥିଲା । ଆଡମ୍ବର ସହାକାରେ ପାଳନ ନ କରି କେବଳ ଅଳ୍ପ ଲୋକଙ୍କ ଭିତରେ ଗଣେଷ ପୂଜା କିଛିକାଂଶରେ ସମ୍ଭବ ହୋଇଥିଲା । ଆଉ ଗଣେଷ ପୂଜା ଭଳି ମହା ଆଡମ୍ବରରେ ପାଳନ କରାଯାଉଥିବା ଦୁର୍ଗାପୂଜା ବିଷୟରେ ବି ଖୁବ୍ ଆଲୋଚନା ହେଉଥିଲା । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କର ବୈଠକ ଅନୁଷ୍ଠିତ ହେବା ପରେ କିଛି ନିର୍ଦ୍ଦିଷ୍ଟ ନିୟମ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ତେବେ ସେହି ନିୟମ ଗୁଡିକ କଣ ସେ ବିଷୟରେ ଜାଣି ରଖନ୍ତୁ ।

୧-ପୂଜା କମିଟିର ମାତ୍ର ୧୦ଜଣଙ୍କୁ ନେଇ ପୂଜାଅର୍ଚ୍ଚନା ହେବ ।
୨-ପୂଜାରେ ତୋରଣ , ଆଲୋକମାଳ ଲାଗିପାରିବ ନାହିଁ
୩- ପୂଜାରେ ମାଇକ୍ ବାଜିପାରିବନାହିଁ ।
୪-କେବଳ ମନ୍ତ୍ରପାଠ ପାଇଁ ମାଇକ ବାଜିବାର ନିଷ୍ପତ୍ତି ନିଆଯାଇପାରେ ।
୫-ଘର ଘର ବୁଲି ଚାନ୍ଦା ମାଗିପାରିବେନି ।
୬-ପୂଜା ପାଇଁ ନିଜ ସ୍ୱଇଚ୍ଛାରେ ଦାନ କରିବେ ଭକ୍ତମାନେ
୭- ୪ ରୁ ୫ଫୁଟ ରହିବ ମୂର୍ତ୍ତୀ ର ଉଚ୍ଚତା ।
୮-ରାବଣ ପୋଡା ହେବନାହିଁ ।
୯-ଆଡମ୍ବର ସହକାରେ ଭସାଣି ଉତ୍ସବ ମଧ୍ୟ ହେବନାହିଁ ।
୧୦-ଭକ୍ତମାନେ ମଣ୍ଡପକୁ ଆସିପାରିବେ ନାହିଁ ।
୧୧-ଘରେ ରହି କରିବେ ମା ଦୁର୍ଗାଙ୍କ ଦର୍ଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking