31.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନା ଭାଙ୍ଗିଲା ପରମ୍ପରା; ଗଡିବନି ଲିଙ୍ଗରାଜଙ୍କ ରୁକୁଣା ରଥ

କରୋନା ଭାଙ୍ଗିଲା ପରମ୍ପରା; ଗଡିବନି ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଏଥର ଗଡିବନି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅଶୋକାଷ୍ଟମୀରେ ଗଡିବାକୁ ଥିବା ଏହି ରଥ ଏବେ ଗଡିବନି ବୋଲି ସୂଚନା ମିଳିଛି । ଆସନ୍ତାକାଲି ଭୁବନେଶ୍ୱରରେ ଏହା ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାଛଡା ପରମ୍ପରା ଅନୁଯାୟୀ, ଅଶୋକାଷ୍ଟମୀ ପୂର୍ବଦିନ ରାତିରେ ହେଉଥିବା ମରିଚି କୁଣ୍ଡ ପାଣି ନିଲାମ ମଧ୍ୟ ଅନୁଷ୍ଠିତ ହେବ ନାହିଁ । ଅପୁତ୍ରିକ ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ଏହି ମରିଚି କୁଣ୍ଡ ପାଣି ନିଲାମ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥାନ୍ତି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭଳି ଏଥିରେ ନିଲାମ ମଧ୍ୟ ଡକାଯାଇଥାଏ । ନିଲାମରେ ଏହି ପାଣି ହଜାର ହଜାର ଟଙ୍କାରେ ବିକ୍ରି ହୋଇଥାଏ । ରୂକଣା ରଥ ପୂର୍ବଦିନ ରାତିରେ ଏହି ପାଣି ନିଲାମ ହୋଇଥାଏ । ବିଶ୍ୱାସ ଅଛି ଏହି ପାଣିରେ ଗାଧୋଇଲେ ନିଃସନ୍ତାନ ଦମ୍ପତି ସନ୍ତାନ ଲାଭ କରିଥା’ନ୍ତି । କେଉଁ କାଳରୁ ଗଡ଼ି ଆସିଥିବା ଏହି ବିଶ୍ୱାସ ଓ ପରମ୍ପରା ଏଥର ବନ୍ଦ ହୋଇଛି ।
https://onakhabar.com/2020/03/31/covid-19-delhi-nizamuddin-markaz-attendees-congregation-quarantined/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking