30.1 C
Bhubaneswar
Wednesday, April 24, 2024
HomeUncategorizedଆଜି ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଏକାଦଶୀ

ଆଜି ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଏକାଦଶୀ

ପୁରୀ : ଆଜି ରୁକ୍ମିଣୀ ହରଣ ଏକାଦଶୀ । ପରମ୍ପରା ଅନୁଯାୟୀ , ମହାଲକ୍ଷ୍ମୀ ବିମଳାଙ୍କ ମନ୍ଦିର ଯାଉଥିବା ବେଳେ ଶ୍ରୀକୃଷ୍ଣ ରୁପୀ ମଦନ ମୋହନ ତାଙ୍କୁ ହରଣ କରିବେ । ଏହି ସମୟରେ ଶିଶୁପାଳ ମହାପ୍ରଭୁଙ୍କୁ ବିରୋଧ କରିବାରୁ ଦୁଇ ଜଣଙ୍କ ମଧ୍ୟରେ ଲଢାଇ ହେବ । ଶେଷରେ ଶିଶୁପାଳଙ୍କୁ ବନ୍ଧନ କରିବେ ମହାପ୍ରଭୁ । ପରବର୍ତ୍ତୀ ସମୟରେ ସେ ଶିଶୁପାଳଙ୍କୁ ମୁକ୍ତ ମଧ୍ୟ କରିଦେବେ । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ରୁକ୍ମିଣୀଙ୍କୁ ବିବାହ କରିବେ । ଆଜି ମଧ୍ୟାହ୍ନ ଧୂପ ପରେ ରୁକ୍ମଣୀ ହରଣ ନୀତିକାନ୍ତି ଅନୁଷ୍ଠିତ ହେବ ଏବଂ ଏହି ସବୁ ନୀତି ଆଜି ମାଜଣା ମଣ୍ଡପରେ ଅନୁଷ୍ଠିତ ହେବ ।
ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ ହେବ । ଏହା ଭିତରେ ଏ ବର୍ଷ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଦୃତଗତି ରେ ଆଗେଇ ଚାଲିଛ । । ରଥ ନିର୍ମାଣ କାର୍ଯ୍ୟ ଏ ବର୍ଷ ବିଳମ୍ବରେ ହୋଇଥିବା ବେଳେ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବର୍ଷର ସ୍ନାନ ଯାତ୍ର ବିନା ଭକ୍ତରେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।
ଆସନ୍ତା କାଲି ଗୁଆଲି ପର୍ବ ହେବ । ଗତକାଲି ଶ୍ରୀଜିଉଙ୍କ ଚମ୍ପକ ଦ୍ୱାଦଶୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ନେଇ ଗୋବର୍ଦ୍ଧନ ପୀଠରେ ଆଲୋଚନା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking