30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଖୋଲିବାକୁ ଯାଉଛି ଆରଏସଏସ୍ ସୈନିକ ବିଦ୍ୟାଳୟ, ଆବେଦନର ଶେଷତାରିଖ ଫେବୃଆରୀ ୨୩

ଖୋଲିବାକୁ ଯାଉଛି ଆରଏସଏସ୍ ସୈନିକ ବିଦ୍ୟାଳୟ, ଆବେଦନର ଶେଷତାରିଖ ଫେବୃଆରୀ ୨୩

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ଖୋଲିବାକୁ ଯାଉଛି ସୈନିକ ବିଦ୍ୟାଳୟ | ସୈନିକ ବିଦ୍ୟା ମନ୍ଦିର ନାମରେ ନିର୍ମିତ ବିଦ୍ୟାଳୟର ପ୍ରଥମ ଶିକ୍ଷା ବର୍ଷ ଅପ୍ରେଲରୁ ଆରମ୍ଭ ହେବାକୁ ଯାଉଛି। ବିଦ୍ୟାଳୟ ଭବନର ନିର୍ମାଣ ପାଖାପାଖି ସରିବାକୁ ବସିଲାଣି। ପ୍ରଥମ ବ୍ୟାଚ ପାଇଁ ୧୬୦ ଜଣ ବିଦ୍ୟାର୍ଥୀଙ୍କୁ ଚୟନ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଲାଣି। ଚୟନ ହୋଇଥିବା ପିଲାମାନଙ୍କୁ ଷଷ୍ଠ ବର୍ଗରେ ପ୍ରବେଶ କରାଯିବ। ଆରବିଏସବିଏମ୍ ସମ୍ପୂର୍ଣ୍ଣ ଭାବରେ ଏକ ଆବାସିକ ବିଦ୍ୟାଳୟ ହେବ।
ଏନେଇ ଜଣେ ଅଧିକାରୀଙ୍କ କହିବାନୁଯାୟୀ , ଆମେ ବିଦ୍ୟାର୍ଥୀଙ୍କୁ ଏନଡ଼ିଏ, ନୋବେଲ ଏକାଡେମୀ ଏବଂ ଇଣ୍ଡିଆନ ଆର୍ମୀ ପାଇଁ ୧୦+୨ ଟେକନିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ। ଜୁଲାଇ ମାସରେ ଆରଏସଏସ ପ୍ରଥମ ଆର୍ମୀ ସ୍କୁଲ ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଖୋଲିବାକୁ ଯାଉଛି। ଏହି ବିଦୟାଳୟର ନାମ ପୂର୍ବତନ ସଙ୍ଘ ପ୍ରମୁଖ ରାଜେନ୍ଦ୍ର ସିଂହ ଓରଫ ରଜ୍ଜୁ ଭୈୟାଙ୍କ ନାମରେ ନାମିତ ହେବ।
ପ୍ରଥମ ବ୍ୟାଚ୍ ପାଇଁ ଫେବୃଆରୀ ୨୩ ଯାଏଁ ପଞ୍ଜୀକରଣ କରାଯିବ ଏବଂ ମାର୍ଚ୍ଚ ୧ରେ ପ୍ରବେଶିକା ପରୀକ୍ଷା ହେବ। ଯେଉଁଥିରେ ବିଦ୍ୟାର୍ଥୀମାନେ ତର୍କଶାସ୍ତ୍ର, ସାଧାରଣଜ୍ଞାନ, ଗଣିତ ଏବଂ ଇଂରାଜୀ କ୍ଷମତା ଉପରେ ଆକଳନ କରାଯିବ। ଲିଖିତ ପରୀକ୍ଷା ପରେ ସାକ୍ଷାତକାର ମଧ୍ୟ ନିଆଯିବ। ଏହାପରେ ଛାତ୍ରଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହାପରେ କୃତି ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଅପ୍ରେଲ ୬ରୁ ଆରମ୍ଭ ହେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking