26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସ୍କୁଲ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯୦ କୋଟି !

ସ୍କୁଲ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯୦ କୋଟି !

ପାଟନା: ସାଧାରଣ ସ୍କୁଲ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯୦ କୋଟି ଟଙ୍କା ଜମା ହେବା ନିଶ୍ଚିତଭାବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଘଟଣାଟି ବିହାରର କଟିହାର ଜିଲ୍ଲା ଅନ୍ତର୍ଗତ ପାସ୍ତିଆ ଗ୍ରାମରେ ଦେଖିବାକୁ ମିଳିଛି । ଆଶିଷ କୁମାର ଓ ଗୁରୁଚରଣ ବିଶ୍ୱାସ ହେଉଛନ୍ତିି ୬ଷ୍ଠ ଶ୍ରେଣୀ ଛାତ୍ର । ୟୁନିଫର୍ମ, ସାଇକେଲ ଓ ଅନ୍ୟ ପାଠ୍ୟ ଉପକରଣ କିଣିବାକୁ ସରକାରୀ ସାହାଯ୍ୟ ନିମନ୍ତେ ଏମାନେ ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ ।

ବୁଧବାର ଟଙ୍କା ଆସିଛି କି ନାହିଁ, ତାହା ଜାଣିବାକୁ ସେମାନେ ଅଭିଭାବକଙ୍କ ସହ ଉକ୍ତ ବ୍ୟାଙ୍କକୁ ଯାଇଥିଲେ । ତେବେ ଯାଞ୍ଚ କରାଯିବାପରେ ଆଶିଷଙ୍କ ଆକାଉଣ୍ଟରେ ୬ କୋଟି ୨୦ ଲକ୍ଷ ୧୧ ହଜାର ୧୦୦ ଟଙ୍କା ଓ ଗୁରୁଚରଣଙ୍କ ଆକାଉଣ୍ଟରେ ୯୦ କୋଟି ୫୨ ଲକ୍ଷ ୨୧ ହଜାର ୨୨୩ ଟଙ୍କା ଜମା ହୋଇଥିବା ଦେଖି ସେମାନେ ତଟସ୍ତ ହୋଇଯାଇଥିଲେ ।

ଘଟଣା ଜଣାପଡିବାପରେ ବ୍ୟାଙ୍କ ମ୍ୟାନେଜର ସେମାନଙ୍କ ଆକାଉଣ୍ଟକୁ ପୁନଃ ଯାଞ୍ଚ କରିଥିଲେ । ତେବେ କମ୍ପ୍ୟୁଟର ତ୍ରୁଟି ଯୋଗୁଁ ଏତେ ପରିମାଣର ଟଙ୍କା ସେମାନଙ୍କ ଆକାଉଣ୍ଟରେ କ୍ରେଡିଟ ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ଏହି ତ୍ରୁଟିକୁ ସଂଶୋଧନ କରାଯାଇଥିବା ପ୍ରକାଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking