37.1 C
Bhubaneswar
Thursday, March 28, 2024
Homeଅପରାଧଜମି କିଣାଇଦେବା ନାଁରେ ୭ ଲକ୍ଷ ଟଙ୍କା ଠକେଇ ଘଟଣା : ଗିରଫ ହେଲା ଠକ...

ଜମି କିଣାଇଦେବା ନାଁରେ ୭ ଲକ୍ଷ ଟଙ୍କା ଠକେଇ ଘଟଣା : ଗିରଫ ହେଲା ଠକ ସୁନୀଲ

ବ୍ରହ୍ମପୁର: ଜମି କିଣିବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଜଣେ ଠକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ସୁନୀଲ କୁମାର ସ୍ୱାଇଁ (୪୧) ବୋଲି ପୁଲିସ କହିଛି । ଦିର୍ଘ ଏକ ମାସ ହେବ ଫେରାର ଥିବା ଅଭିଯୁକ୍ତ ସୁନୀଲଙ୍କୁ ଗିରଫ କରି ପୁଲିସ ଆଜି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆମ୍ବପୁଆ ନିକଟ ବୀମାନଗରର ବ୍ୟବସାୟୀ ଅମୂଲ୍ୟ ଆଜକୁ ଦେଢ ବର୍ଷ ତଳେ ଆଙ୍କୋଲି ଅଞ୍ଚଳରେ ଏକ ଜମି କିଣିବା ପାଇଁ ଶାସ୍ତ୍ରୀନଗରର ସୁନୀଲ କୁମାର ସ୍ୱାଇଁଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ । କିଛି ମାସ ପରେ ସୁନିଲ ଉକ୍ତ ଜମିର ଆରଓଆର, ଇସି ଭଳି ବିଭିନ୍ନ ଡକୁମେଣ୍ଟ ଅମୂଲ୍ୟଙ୍କୁ ପ୍ରଦାନ କରିଥିଲେ । ସେ ସେହି ଡକୁମେଣ୍ଟଗୁଡ଼ିକ ଯାଞ୍ଚ ବେଳେ ସେହି ଜମି ଅନ୍ୟ ଜଣେ ଲୋକ କିଣିସାରିଥିବା ଅମୂଲ୍ୟ ଜାଣିବାକୁ ପାଇଥିଲେ ।

ଏହାପରେ ଅମୂଲ୍ୟ ନିଜର ୭ ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦେବାକୁ ସୁନୀଲଙ୍କୁ କହିଥିବା ବେଳେ ସୁନୀଲ ପ୍ରଥମେ ୧୦ ହଜାର ଟଙ୍କା ଅମୂଲ୍ୟଙ୍କୁ ଦେଇଥିଲେ । ଆଉ ବଳକା ୭ ଲକ୍ଷ ୪୦ ହଜାର ଟଙ୍କାର ଏକ ବ୍ୟାଙ୍କ୍ ଚେକ୍ ଦେଇଥିଲେ । କିନ୍ତୁ ସେହି ଚେକ୍‌ଟି ନେଇ ଅମୂଲ୍ୟ ବ୍ୟାଙ୍କରେ ଜମା କରିଥିବା ବେଳେ ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡ଼ିଥିଲା । ଏହା ପରେ ସେ ସୁନୀଲଙ୍କୁ ବାରମ୍ବାର ଟଙ୍କା ଫେରାଇବାକୁ କହିଥିଲେ । ଏହାର କିଛି ଦିନ ପରେ ସୁନୀଲ ଅମୂଲ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪୯ ହଜାର ଟଙ୍କା ଜମା କରି ଦେଇଥିଲେ। ଏହା ପରେ ଅମୂଲ୍ୟଙ୍କ ତାଙ୍କୁ ବଳକା ୬ ଲକ୍ଷ ୯୧ ହଜାର ଟଙ୍କା ବିଳମ୍ବ ମାଗିଥିବା ସହ ସୁନୀଲଙ୍କ ଘରକୁ ଯାଇଥିଲେ । କିନ୍ତୁ ଅମୂଲ୍ୟଙ୍କୁ ଦେଖି ସୁନୀଲ ବିଭିନ୍ନ ଆଳ ଦେଖାଇବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଶେଷରେ ସେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଫେରାର ଥିବା ଠକ ସୁନୀଲଙ୍କୁ ଏକ ମାସ ପରେ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking