ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ୍‌ କରି ପରାଜୟ ବରଣ କରିଛି । ଚେନ୍ନାଇ ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା। ଓପନର ୱାଟସନ୍‌ ୧୪ ରନ୍‌ କରି ଆଉଟ ହୋଇଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ମାତ୍ର ୮ ରନ୍‌ କରି ପଡ଼ିଆରୁ ବିଦାୟ ନେଇଥିଲେ । ସେହିପରି ଅମ୍ବାତି ରାୟୁଡୁ ସର୍ବାଧିକ ୪୨ ରନ୍‌ କରିଥିବା ବେଳେ ଏନ୍‌ ଜଗଦୀଶନ୍ ୩୩ ରନ୍‌ କରିଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ୱାଶିଂଟନ୍ ସୁନ୍ଦର ୨ଟି ୱିକେଟ, କ୍ରିସ୍ ମୋରିସ୍ ୩ଟି ୱିକେଟ, ୟୁଜବେନ୍ଦ୍ର ଚହଲ, ଇସୁରୁ ଉଦାନା ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୮ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୪ର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here