37.1 C
Bhubaneswar
Thursday, March 28, 2024
Homeଓଡିଶାସପ୍ତାହନ୍ତ ବନ୍ଦକୁ ମାନିଲେନିି ପରିବା ବ୍ୟବସାୟୀ !

ସପ୍ତାହନ୍ତ ବନ୍ଦକୁ ମାନିଲେନିି ପରିବା ବ୍ୟବସାୟୀ !

ରାଉରକେଲା :ତାଲାବନ୍ଦ-୨ ମଧ୍ୟରେ ସପ୍ତାହନ୍ତ ରବିବାର ବନ୍ଦ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଜାରି ରହିଥିଲା । ମାତ୍ର ଦକ୍ଷିଣ ରାଉରକେଲା ନିକଟବର୍ତୀ ଜଲଦା ‘ଏ’ ବ୍ଲକ ନିକଟରେ କିଛି କ୍ଷୁଦ୍ର ବ୍ୟବସାୟୀ ନିଜର ବ୍ୟବସାୟର ପସରା ମେଲାଇବା ଲକ୍ଷ୍ୟ କରାଯାଇଥିଲା । ଏଠାରେ ପ୍ରତି ରବିବାର ହାଟ ବସୁଥିବା ବେଳେ, ବର୍ତମାନ କରୋନା ଦୃଷ୍ଟିରୁ ହାଟକୁ ବନ୍ଦ ରଖାଯାଇଛି । ହାଟ ବନ୍ଦ ଥିବା ସତ୍ୱେ ଜୋରଜବରଦସ୍ତ କିଛି ମହିଳା ଓ ପୁରୁଷ ବେପାରୀ ପରିବା ବିକ୍ରି କରିବାକୁ ଜଲଦା ଏ ବ୍ଲକରେ ବସି ରହିବା ଦେଖିବାକୁ ମିଳିଥିଲା । ଏହି ଘଟଣାର ଖବର ପାଇ ଜଲଦା ସରପଂଚ ଜାତୃ ଓରାମଙ୍କ ସମେତ ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ପରିବା ବ୍ୟବସାୟୀ ମାନଙ୍କୁ ସେଠାରେ ବ୍ୟବସାୟ କରିବାକୁ ବାରଣ କରିବା ସତ୍ୱେ ମଧ୍ୟ ଅଧିକାଂଶ ସପ୍ତାହନ୍ତ ବନ୍ଦକୁ ମାନି ନଥିବା ଦେଖିବାକୁ ମିଳିଥିଲା । ପରିବା ବିକ୍ରି  ନକଲେ, କିପରି ଘର ପରିବାର ଚଳାଇବୁ ବୋଲି କିଛି ପରିବା ବେପାରୀ ପାଲଟା ପ୍ରଶ୍ନ ଉଠାଇଥିଲେ ।

ପୁଲିସ  କିଛି ବେପାରୀଙ୍କୁ ତାଗିଦ କରି ସେଠାରୁ ଘଉଡ଼ାଇ ଦେଇଥିଲେହେଁ, ପୁଲିସ ଚାଲିଗଲା ପରେ ପୁଣିଥରେ ସେଠାରେ ପରିବା ହାଟ ଶୋଭା ପାଇବା ସହ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ବର୍ତମାନ ସହରାଚଂଳ ଅପେକ୍ଷା ଗ୍ରାମାଂଚଳ ଗୁଡ଼ିକରେ କରୋନାର କାୟା ବଢି ଚାଲିଥିବା ବେଳେ, ସପ୍ତାହନ୍ତ ବନ୍ଦ ସମୟରେ ଜଲଦା ଏ ବ୍ଲକରେ ପରିବା ହାଟ ବସିବା କୋଭିଡ଼ ନିୟମକୁ ସଂପୁର୍ଣ୍ଣ ଭାବେ ଉଲଂଘନ କରିଥିଲା ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking