ଭୁବନେଶ୍ୱର: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ ହୋଇ ୪ ମୃତ ଘଟଣାରେ ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛି ସେଲ୍ ମୁଖ୍ୟାଳୟ । ବୋକାରୋ ଷ୍ଟିଲପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଟିମ ଗଠନ ହୋଇଥିବା ସୂଚନା ମିଳିଛି । ଟିମରେ କୋଲକାତା, ଭିଲାଲ, ଦୁର୍ଗାପୂର ଷ୍ଟିଲପ୍ଲାଣ୍ଟ ସିଜିଏମ ସାମିଲ ରହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ନିଲମ୍ବିତ ହୋଇଛନ୍ତି । ସେଫ୍ଟି ବିଭାଗର ଆସଲିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଂଜନ ସାହୁ ନିଲମ୍ବିତ ହୋଇଛନ୍ତି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସିଇଓ ତାଙ୍କୁ ନିଲମ୍ବନ କରିଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ଗତତାଲି ମଧ୍ୟ ୨ ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ଆରଏସପିରେ ଗ୍ୟାସ ଲିକ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଆଇଜିଏଚରେ ୪ କର୍ମଚାରୀ ଭର୍ତ୍ତି ହୋଇଥିଲେ । ଆଇଜିଏଚରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା କର୍ମଚାରୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ୍ କେମିକାଲ ଡିପାର୍ଟମେଣ୍ଟରେ ଘଟି ଥିଲା ଏହି ଅଘଟଣ । ଗ୍ୟାସ ଲିକ୍ ଘଟଣାରେ ୧୦ ଜଣ କର୍ମଚାରୀ ଅସୁସ୍ଥ ହୋଇଥିଲେ । ୧୦ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।