37.1 C
Bhubaneswar
Thursday, March 28, 2024
Homeଓଡିଶାପୂଜା ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ୍ ଲିକ ଘଟଣା : ମୃତକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ୍ ଲିକ ଘଟଣା : ମୃତକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କମ୍ପାନି ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ମଙ୍ଗଳବାର କମ୍ପାନି ପକ୍ଷରୁ ଫ୍ରାନସିସ୍ କେର୍କେଟାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଓ ଅନ୍ତେଷ୍ଟି କ୍ରିୟା ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଅଜୟ ସାମଦଙ୍କ ପରିବାର ଲୋକଙ୍କୁ କମ୍ପାନି କ୍ଷତିପୂରଣ ବାବଦରେ ଅଢ଼େଇ ଲକ୍ଷ ଟଙ୍କା ଓ ଅନ୍ତେଷ୍ଟି ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିଛି।
ତେବେ କମ୍ପାନି ତରଫରୁ କ୍ଷତିପୂରଣମୂଳକ ସହାୟତା ପ୍ରଦାନ କରାଯିବା ପରେ ସରକାରୀ ହସ୍‌ପିଟାଲରୁ ଶବ ସଂସ୍କାର ପାଇଁ ୨ ମୃତଦେହକୁ ସେମାନଙ୍କ ପରିବାର ଲୋକେ ଘରକୁ ନେଇଛନ୍ତି। କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ସ୍ଥାନୀୟ କାର‌୍ୟ୍ୟାଳୟ ତରଫରୁ ଘଟଣାର ତଦନ୍ତ ଜାରି ରହିଛି।
ପୂଜା ସ୍ପଞ୍ଜ କାରଖାନାର ବର୍ଣ୍ଣିଂ ବିଭାଗରେ ଗ୍ୟାସ ଲିକ୍ ହୋଇ ସୋମବାର ରାତିରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଫ୍ରାନସିସ୍ କେର୍କେଟା ଓ ଅଜୟ ସାମଦ ଗୁରତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking