୨୫ ପ୍ରବାସୀଙ୍କୁ ନିଜ ଅଞ୍ଚଳକୁ ପଠାଇଲା ଜିଲ୍ଲା ପୁଲିସ

ରାଉରକେଲା : ମହାରାଷ୍ଟ୍ରରୁ ଚାଲି ଚାଲି ଫେରୁଥିବା ୨୫ ପ୍ରବାସୀ ଶ୍ରମିକଙ୍କୁ ପଶ୍ଚିମବଙ୍ଗ, ମୟୁରଭଞ୍ଜକୁ ପଠାଇଲା ଜିଲ୍ଲା ପୁଲିସ । ପଶ୍ଚିମାଞ୍ଚଳ ଡିଆଜି କବିତା ଜାଲାନ, ଏସପି କେ.ଶିବା ସୁବ୍ରମଣିଙ୍କ ଉପସ୍ଥିତିରେ ଶ୍ରମିକମାନେ ବସରେ ନିଜ ନିଜ ଗାଁ’କୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ସମୟରେ ଶ୍ରମିକମାନେ ରାଉରକେଲା ପ୍ଲାଣ୍ଟ ସାଇଡ୍ ଗେଟ୍‌ରେ ପହଞ୍ôଚଥିଲେ । ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ପୁରୁଲୁଆରୁ ୧୮ ମୟୁରଭଞ୍ଜରୁ ୭ଜଣ ପ୍ରବାସୀ ଶ୍ରମିକ ଥିଲେ । ସେମାନଙ୍କୁ ରାଉରକେଲା ମହାନଗର ପକ୍ଷରୁ ଖାଇବାକୁ ଦିଆଯାଇଥିଲା । ଏହି ସହାୟତା ପାଇଁ ଶ୍ରମିକମାନେ ମନାନଗର ଅଧିକାରୀ ଓ ଜିଲ୍ଲା ପୁଲିସକୁ ଧନ୍ୟବାଦ ଦେଇଥିଲେ ।
https://onakhabar.com/2020/05/17/kandhamal-news/