28.1 C
Bhubaneswar
Wednesday, April 24, 2024
Homeଓଡିଶାଲକଡାଉନରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟ ହେଲା ପୁଲିସ

ଲକଡାଉନରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟ ହେଲା ପୁଲିସ

ରାଉରକେଲା: କରୋନା ଦ୍ୱିତୀୟ ଲହରୀର ଭୟାବହତା ଯୋଗୁ ଜୁନ ୧ ତାରିଖ ଯାଏ ସାରା ରାଜ୍ୟରେ ଜାରି ରହିଛି ତାଲାବନ୍ଦ-୨ । ତାଲାବନ୍ଦ-୨ ଓ ସପ୍ତାହନ୍ତ ଶନିବାର ଓ ରବିବାର ବନ୍ଦ ସମୟରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲା ଓ ସାରନଗରୀର ପ୍ରମୁଖ ଛକ ମାନଙ୍କରେ କରୋନା ଯୋଦ୍ଧା ଭାବେ କର୍ତବ୍ୟ ସମ୍ପାଦନ କରୁଛନ୍ତି ଉଭୟ ମହିଳା ଓ ପୁରୁଷ ପୁଲିସ କର୍ମୀ । ତାଲାବନ୍ଦ ସମୟରେ ଅସହାୟ, ନିରାଶୟ ବ୍ୟକ୍ତିଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ସହ ଦୁର୍ଘଟଣାର ଶୀକାର ହେଉଥିବା ବ୍ୟକ୍ତି ମାନଙ୍କୁ ହାସପାତାଳ ପହଂଚାଇବାରେ ପୁଲିସ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।

ପୁୁଲିସ ପିସିଆର ପାଟ୍ରୋଲିଂ ଭ୍ୟାନ ଯୋଗେ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଉଛି ।  ଏହିଭଳି ଏକ ଘଟଣା ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳରେ ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ପୁଲିସ କର୍ମୀଙ୍କ ସେବା ଓ ସହାୟତା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ସମୟରେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଗଂଜୁ ମାର୍କେଟ ରାସ୍ତାରେ ୨ ଜଣ ଯୁବକ ଓ ଜଣେ ମହିଳା ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଗୋଟିଏ ବାଇକରେ ଜଣେ ଯୁବକ ତାଙ୍କ ମା’ଙ୍କୁ ବସାଇ ହାସପାତାଳ ଯାଉଥିବା ବେଳେ, ଅନ୍ୟ ଏକ ୟାମାହା ବାଇକରେ ଜଣେ ଯୁବକ ରାସ୍ତାରେ ଯିବା ସମୟରେ ଉଭୟ ବାଇକ ମଧ୍ୟରେ ଧକ୍କା ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ,ଭାରସ୍ୟାମ ରକ୍ଷା ଅଭାବରୁ  ସାରନଗରୀ ଗଂଜୁ ମାର୍କେଟ ରାସ୍ତାରେ ଦୁଇଟି ବାଇକ ପରସ୍କରକୁ ଧକ୍କା ଦେଇଥିଲେ । ସେହି ସମୟରେ ରାସ୍ତାରେ ପାଟ୍ରୋଲିଂରେ ଯାଉଥିବା ପିସିଆର ପୁଲିସ ଭ୍ୟାନର ନଜର ଦୁର୍ଘଟଣାଗ୍ରସ୍ତ  ଦୁଇ ଯୁବକ ଓ ମହିଳାଙ୍କ ଉପରେ ପଡ଼ିଥିଲା । ତତକ୍ଷାଣତ କାଳବିଳମ୍ବ ନକରି ଉପସ୍ଥିତ ପୁଲିସ କର୍ମୀମାନେ ଯୁବକ ମାନଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରିବା ସହ ସେମାନଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ । ଏହାପରେ ଯୁବକ ମାନେ ନିଜକୁ ସୁସ୍ଥ ଅନୁଭବ କରିଥିବା ଜଣାପଡ଼ିଛି । କରୋନାର ଏପରି ବିପତି କାଳରେ କରୋନା ଯୋଦ୍ଧା ଭାବେ ପୁଲିସର ଏତାଦୃଶ୍ୟ ମାନବିକତା ଓ ସେବା ମନୋଭାବକୁ ଦକ୍ଷିଣ ରାଉରକେଲା ଅଂଚଳରେ ପ୍ରଶଂସା କରାଯାଇଛି । ଆଜିର ଏହି ଘଟଣା ସାରନଗରୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଆହତ ଯୁବକ ମାନଙ୍କ ପରିଚୟ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking