29.1 C
Bhubaneswar
Thursday, April 25, 2024
Homeଓଡିଶାଲକଡାଉନକୁ ନେଇ ରାଉରକେଲା ବଜାରରେ ଲୋକଙ୍କ ଭିଡ଼

ଲକଡାଉନକୁ ନେଇ ରାଉରକେଲା ବଜାରରେ ଲୋକଙ୍କ ଭିଡ଼

ରାଉରକେଲା : ସମଗ୍ର ଭାରତବର୍ଷ ସମେତ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି । ପ୍ରତିଦିନ ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ କରୋନା ସଂକ୍ରମିତ ଶହଶହ ଲୋକ ହେଉଛନ୍ତି । ଯାହାକୁ ନେଇ କରୋନାରୁ ରକ୍ଷା ପାଇବା ନିମନ୍ତେ ତଥା କରୋନା ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୫ ତାରିଖରୁ ୧୯ ଯାଏ ସାରା ଓଡ଼ିଶାରେ ଲକଡାଉନ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ଲକ ଡାଉନକୁ ନେଇ ରାଉରକେଲା ଇସ୍ପାତ ସହରରେ ଲୋକ ମାନେ ପ୍ରତିଦିନ ବ୍ୟବହାର କରୁଥିବା ସାମଗ୍ରୀକୁ କିଣିବା ଲାଗି ବଜାର ବାହାରିଥିଲେ । ବିଶେଷ କରି ରାସନ, ପରିବା, କପଡ଼ା, କ୍ଷୀର ସମେତ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ବିଶେଷ କରି ଡେଲି ମାର୍କେଟ, ଟ୍ରାଫିକ ମାର୍କେଟ, ପ୍ଲାଂଟ ସାଇଟ ମାର୍କେଟ, ପାୱାର ହାଉସ କପଡ଼ା ମାର୍କେଟ, ଉଦିତନଗର କପଡ଼ା ମାର୍କେଟ, ବାସନ୍ତୀ କଲୋନୀ, ଛେଣ୍ଡ ଓ ସେକ୍ଟରରେ ଥିବା ମାର୍କେଟ ଗୁଡ଼ିକରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଅନ୍ୟପଟେ ଲକ ଡାଉନକୁ ନେଇ ମଦ ଦୋକାନ ବନ୍ଦ ରହିବ, ଯାହାକୁ ନେଇ ସହରର ବିଭିନ୍ନ ମଦ ଦୋକାନରେ ଲୋକଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଥିଲା । ଅନ୍ୟପଟେ ସହରର ବିଭିନ୍ନ ମଦ ଦୋକାନ ଆଜି ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ସହରର ମୁଖ୍ୟମାର୍ଗରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା ।
ପୁଲିସ ଟ୍ରାଫିକ ଯବାନ ମାନଙ୍କ ଦ୍ୱାରା ଭିଡ଼କୁ ନିୟନ୍ତ୍ରଣ କରାଯାଇଥିଲା । ସୂଚନାଯୋଗ୍ୟଯେ, ଦିନକପରେ ଲକ ଡାଉନକୁ ନେଇ ଅତି ଆବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତି ଆବଶ୍ୟକୀୟ ଦୋକାନ ଖୋଲା ରହିବ ।
ଲକ ଡାଉନକୁ ନେଇ ମଦ ଦୋକାନରେ ‘ନୋ ଷ୍ଟକ’ ବୋର୍ଡ!
ରାଉରକେଲା : ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ମହାମାରୀକୁ ରୋକିବା ପାଇଁ ତଥା ସଂକ୍ରମଣ ଚେନ ଭାଙ୍ଗିବା ଲାଗି ମେ ୫ ତାରିଖରୁ ୧୪ ଦିନ ଅର୍ଥାତ ୧୯ ମେ ଯାଏ ସାରା ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି । ସମୂର୍ଣ୍ଣ ଭାବରେ ଲକ ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ପୁଲିସ ଡିଜିପି ଅଭୟ ସ୍ଥାନୀୟ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ନେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ଲକଡାଉନ ସମୟରେ ବନ୍ଦ ରହିବ । ଏହି ଲକ ଡାଉନରେ ନିୟମକୁ ଭାଙ୍ଗୁଥିବା ଅମାନିଆଙ୍କ ଉପରେ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପକ୍ଷେ, ଲକ ଡାଉନ ଘୋଷଣା ପରେ ଆଜି ସହରର ବିଭିନ୍ନ ବିଦେଶୀ ମଦ ଦୋକାନରେ ନୋ ଷ୍ଟକ ବୋର୍ଡ(?) ଦେଖିବାକୁ ମିଳିଥିଲା । ଅନ୍ୟ ପଟେ କିଛି ମଦ ଦୋକାନ ବନ୍ଦ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବଜାରରେ ଚର୍ଚ୍ଚା ରହିଥିଲାଯେ, ଲକ ଡାଉନ ସମୟରେ ବିଦେଶୀ ମଦକୁ ଦୁଇଗୁଣା ଦରରେ କଳାବଜାରୀ କରାଯାଇପାରେ! ଆଜି କିଛି ମଦ ଦୋକାନ ଖୋଲା ରହିଥିବାରୁ ସେଠାରେ ଗ୍ରାହକ ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଗ୍ରାହକ ମାନେ ମଦ ଦୋକାନ ସାମନାରେ ଅପେକ୍ଷା କରି ପେଟିପେଟି ମଦ ବାଇକ, ଅଟୋ, ମୋଟର ସାଇକେଲରେ ତରବରିଆ ଭାବରେ ବୋହି ନେଉଥିବା ଦୃଶ୍ୟ ପରିଲିକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking