27.1 C
Bhubaneswar
Friday, March 29, 2024
Homeଓଡିଶାଚୋରି ମାମଲାରେ ୫ ଗିରଫ

ଚୋରି ମାମଲାରେ ୫ ଗିରଫ

ରାଉରକେଲା : ପ୍ଲାଟ ସାଇଟ  ଥାନା ଅନ୍ତର୍ଗତ ରେଲୱେ କଲୋନୀ ଅଂଚଳରେ ରହୁଥିବା ସୋହନ ମୁଣ୍ଡାରି ଓ ଏମ ବାଲଗୋପାଲଙ୍କ ଘରେ ଗତ ୨୬ ଏପ୍ରିଲରେ ଅଜଣା ଚୋର ମାନେ ଏହି ୨ଟି ଘରେ ପଶି ଚୋରି କରିଥିଲେ । ଯାହାକୁ ନେଇ ଦୁଇ ଘର ମାଲିକ ପ୍ଲାଂଟସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ୫ ଜଣ ଚୋରକୁ ଗିରଫ କରିଛି । ସେମାନଙ୍କ ଠାରୁ ଚୋରି ସାମଗ୍ରୀ ପୁଲିସ ଜବତ କରିଛି । ଆଜି ଏହି ଚୋର ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ରେଲୱେ କଲୋନୀରେ ରହୁଥିବା ସୋହନ ମୁଣ୍ଡାରୀ ଓ ଏମ ବାଲଗୋପାଲ ଘରେ ନଥିବା ବେଳେ, ଚୋର ମାନେ ଘରର ତାଲା ଭାଙ୍ଗି ଘରେ ପ୍ରବେଶ କରି ସୁନା, ରୂପା, ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରି କରିଥିଲେ ।
ଯାହାକୁ ନେଇ ପ୍ଲାଟ ସାଇଟ ପୁଲିସ ଏହି ଚୋରି ମାମଲାର ତଦନ୍ତ କରିଥିଲା । ପରେ ପୁଲିସ ଏହି ଚୋରି ମାମଲାରେ ଉଦିତନଗର ଥାନା ଅନ୍ତର୍ଗତ ମାଲ ଗୋଦାମ ଖଟାଲ ବସ୍ତିର ସମୀର ଖାନ ଓରଫ ଲଲୁଆ(୧୯), ମାଲ ଗୋଦାମ ଅଂଚଳର ସାହିଲ ଖାନ ଓରଫ ପାଗି(୧୯), ମାଲଗୋଦାମ ଅଂଚଳର ଏମଡ଼ି ଗୁଡ଼ୁ ଓରଫ ଡେକି(୨୦), ମାଲ ଗୋଦାମ ବରଫ ଫ୍ୟାକ୍ରିଂ ପାଖରେ ରହୁଥିବା ଶିବା ସିଂ(୨୩), ପ୍ଲାଂଟ ସାଇଟ ଥାନା ଅନ୍ତର୍ଗତ ମଧୂସୂଦନପାଲୀ ଚାନ୍ଦିନୀ ଚୌକ ବସ୍ତିରେ ରହୁଥିବା ଟିଙ୍କୁ ସାହୁ(୨୨)କୁ ଗିରଫ କରିଛି । ଏମାନଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି । ଏମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିିଛି । ଏଠାରେ ସୂଚନାଯୋଗ୍ୟଯେ, ଏମଡ଼ି ଗୁଡ଼ୁ ଓରଫ ଡେକିଙ୍କ ନାମରେ ସହରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।
ସେ ଅନେକ ଥର ଜେଲ ମଧ୍ୟ ଯାଇଛି, ତା’ ସହିତ ଟିଙ୍କୁଙ୍କ ନାମରେ ଛିନତାଇ ମାମଲା ପ୍ଲାଂଟ ସାଇଟ ଥାନାରେ ରହିଛି । ଗତ ୨୧ ତାରିଖରେ ଛେଣ୍ଡ ଥାନାରେ ଏକ ଛିନତାଇ ମାମଲାରେ ସେ ସପୃକ୍ତ ଥିବା ସୂଚନା ପୁଲିସ ଦେଇଛି । ଏହି ଚୋର ମାନଙ୍କୁ ଧରିବାରେ ପ୍ଲାଂଟ ସାଇଟ ଥାନାଧିକାରୀ ତଥା ବର୍ତମାନର ଡିଏସପି ଅନିଲ ପ୍ରଧାନ, ସିଂ ବାବୁ ସମେତ ଅନ୍ୟ ପୁଲିସ ଅଧିକାରୀ ସାମିଲ ଥିଲେ ।
ବିଦେଶୀ ମଦ ଜବତ, ୨ ଗିରଫ
ରାଉରକେଲା, : ପ୍ଲାଂଟ ସାଇଟ ଥାନା ଅନ୍ତର୍ଗତ ଡେଲି ମାର୍କେଟ ପାଖରେ ଥିବା ବିଦେଶୀ ମଦ ଦୋକାନରୁ ୨ ଜଣ ଯୁବକ ବେଆଇନ ଭାବରେ  ପେଟିପେଟି ମଦ ନେଇ ଯାଉଥିଲେ । ସେହି ସମୟରେ ପ୍ଲାଂଟ ସାଇଟ ପୁଲିସ କର୍ମୀ ମାନେ ଏମାନଙ୍କୁ ପାୱାର ହାଉସ ଛକ ନିକଟରେ ଧରିଥିଲେ । ଏମାନଙ୍କୁ ପୁଲିସ ବିଦେଶୀ ମଦ ସମେତ ଥାନାକୁ ନେଇ ଆସିଥିଲେ । ଏହି ଦୁଇ ଜଣ ଯୁବକ ଗାଡ଼ିରେ ବେଆଇନ ଭାବରେ ବିୟର ପେଟି ନେଇ ସେକ୍ଟର-୧୯ ଯାଉଥିଲେ ବୋଲି ପୁଲିସ ଜେରା କାଳରେ ସ୍ୱୀକାର କରିଥିଲେ ।
ପୁଲିସ ଏମାନଙ୍କ ବିରୋଧରେ ଅବକାରୀ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ଲକ ଡାଉନକୁ ଦୃଷ୍ଟିରେ ରଖି ସେକ୍ଟର-୧୯ ଅଂଚଳରେ ରହୁଥିବା ସଂଜୟ ପରିଡ଼ା ଓ ବଲରାମ ବେହେରା ବେଆଇନ ଭାବରେ ପେଟିପେଟି ବିୟର ଡେଲି ମାର୍କେଟ ଅଂଚଳରୁ ନେଇ ସେକ୍ଟର-୧୯ ଯାଉଥିବା ବେଳେ, ପୁଲିସ ସେମାନଙ୍କୁ ପାୱାର ହାଉସ ଛକରେ ଧରିଥିଲା । ସେମାନଙ୍କ ପାଖରୁ ପୁଲିସ ୫୦ଟି ବିୟର ବୋତଲ ଜବତ କରିଛି । ଉକ୍ତ ସୂଚନା  ପ୍ଲାଟ ସାଇଟ ପୁଲିସ ପକ୍ଷରୁ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking