34.1 C
Bhubaneswar
Thursday, April 25, 2024
Homeଓଡିଶାବିଭାଘର ସମୟରେ ଗଣ୍ଡଗୋଳ, ଆକ୍ରମଣରେ ୨ ଆହତ

ବିଭାଘର ସମୟରେ ଗଣ୍ଡଗୋଳ, ଆକ୍ରମଣରେ ୨ ଆହତ

ରାଉରକେଲା  : ଗତ କିଛି ବର୍ଷ ପୂର୍ବେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ‘ମଦୁଆ ବରର କାରନାମା’ କେବଳ ସାରନଗରୀ ନୁହେଁ, ବରଂ ସମଗ୍ର ରାଉରକେଲାରେ ଚର୍ଚ୍ଚିତ ରହିଥିଲା । ସେହିପରି ଅନୂରୂପ ଭାବେ ସାରନଗରୀର ଏକ ମନ୍ଦିରରେ ବିବାହ  ଉତ୍ସବ ଚାଲୁଥିବା ବେଳେ, ମନ୍ଦିର ପରିସର ବାହାରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଖବର ମିଳିଛି । ଆକ୍ରମଣରେ ବରପକ୍ଷର ୨ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଉଭୟ ବର ଓ କନ୍ୟା ପକ୍ଷ ଓ ଅନ୍ୟ ବନ୍ଧୁ ପରିଜନ ରାତି ତମାମ ସତର୍କତା ସହିତ କାଳ କାଟିଥିଲେ ।  ପରେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଟାଙ୍ଗରପାଲୀ ଥାନାକୁ ମୌଖିକ ସୂଚନା ଦିଆଯାଇଥିଲା । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଲହୁଣୀପଡ଼ା ଅଂଚଳର ଜଣେ ଯୁବତୀଙ୍କ ସହ ସାରନଗରୀ ଅଂଚଳର ଜଣେ ଯୁବକଙ୍କ ବିବାହ ବୈଦିକ ରିତୀରେ ଅନୁଷ୍ଠିତ ହେଉଥିଲା । ବିବାହ ଉତ୍ସବ ଶେଷ ମୂହୁର୍ତରେ ପହଂଚିଥିବା ସମୟରେ, ହଠାତ  କିଛି ଯୁବକ ଏକ ବୋଲେରୋରେ ପହଂଚି ବରପକ୍ଷର ଜଣେ ଯୁବକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ।  ପରେ ଝିମିଟି ଖେଳରୁ ମହାଭାରତ ପରି କଳହର ସୂତପାତ୍ର ହୋଇ ମାଡ଼ ପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଯୁବକ ମାନେ ବରପକ୍ଷର ୨ ଜଣଙ୍କୁ  ଧାରୁଆ ପଥରରେ ଆକ୍ରମଣ କରିବା ପରେ ବୋଲେରୋ ଛାଡ଼ି ଘଟଣା ସ୍ଥଳରୁ ଛୁ ମାରିଥିଲେ । ଏହି ଯୁବକ ମାନେ ଲହୁଣୀପଡ଼ା ଅଂଚଳର ବୋଲି ଶୁଣିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking