36.4 C
Bhubaneswar
Wednesday, May 25, 2022
Homeଓଡିଶାମୋଦୀଙ୍କ ମନକି ବାତରେ ରାଉରକେଲାର ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ମୋଦୀଙ୍କ ମନକି ବାତରେ ରାଉରକେଲାର ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ ଗଣମାଧ୍ୟମ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଏ ନେଇ ଭାଗ୍ୟଶ୍ରୀଙ୍କ ଘରେ ଊତ୍ସବର ପରିବେଶ ସୃଷ୍ଟି ହୋଇଛି। ଏହାକୁ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି ଭାଗ୍ୟଶ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ତାଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ଭାଗ୍ୟଶ୍ରୀ କହିଛନ୍ତି। ଆଗାମୀ ଜୀବନରେ ଏହାକୁ ଆପଣାଇବା ପାଇଁ ଏହା ଶ୍ରେଷ୍ଠ ପ୍ରେରଣା ହେବ ବୋଲି ସେ କହିଛନ୍ତି। ମୋଦିଙ୍କ ପ୍ରଶଂସା କୁ ନେଇ ପରିବାର ଲୋକଙ୍କ ଖୁସି କହିଲେ ନସରେ। ପରିବାର ଲୋକ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଭିନ୍ନ କିସମର ପଟ୍ଟଚିତ୍ର ଓ ଏଥିରେ ଜଗନ୍ନାଥଙ୍କର ଅପରୂପ ଛବି ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି। ପ୍ରଭୁ ଜଗନ୍ନାଥ ତାଙ୍କର ଗୁରୁ ଓ ପ୍ରେରଣା ବୋଲି ଭାଗ୍ୟଶ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking