27.8 C
Bhubaneswar
Wednesday, April 17, 2024
Homeଓଡିଶାଗଣେଶ ପୂଜା ପରେ ନୂଆଁଖାଇରେ କରୋନା ଛିଟା

ଗଣେଶ ପୂଜା ପରେ ନୂଆଁଖାଇରେ କରୋନା ଛିଟା

ରାଉରକେଲା : ଆଜି ଥିଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହି ଦିନ ନୂଆ ଧାନର ଚାଉଳକୁ ମା’ ସମଲେଇଙ୍କ ଠାରେ ସମର୍ପଣ କରିବାର ପରମ୍ପରା ରହି ଆସିଛି । ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଆଦି ଜିଲାର ବାସିନ୍ଦା ମାନେ ଘରେ ପାଳନ କରିଥିଲେ ନୂଆଁଖାଇ । କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ନୂଆଁଖାଇ ମହକ ଫିକା ପଡ଼ିବା ଲକ୍ଷ୍ୟ କରାଯାଇଥିଲା । ଘରେ ନୂଆ ଚାଉଳର ଅନ୍ନ ସହ, ବିିଭିନ୍ନ ପ୍ରକାର ବ୍ୟଜଂନ ଯେପରି ମଣ୍ଡା, ଆରିସା, କାକରା ପିଠା, କଖାରୁ ଶାଗ ଆଦି ପ୍ରସ୍ତୁତ କରି ପରିବାର ଲୋକେ ଏକାଠି ବସି ଭୋଜନ କରିଥିଲେ । ସେହିପରି ରାଉରକେଲାରେ ଘରେ ଘରେ ବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ନିରାଡମ୍ବର ସହକାରେ ସମ୍ପନ ହୋଇଛି । ଅପରପକ୍ଷରେ ପ୍ରତିବର୍ଷ ସାରନଗରୀରେ ୧୦ରୁ ଉର୍ଦ୍ଧ ପୂଜା ମଣ୍ଡପରେ ଯାକଜମକରେ ହେଉଥିବା ବିଘ୍ନ ବିନାଶକଙ୍କ ପୂଜାରେ ଚଳିତ ବର୍ଷ କରୋନା ମହାମାରୀ ମହାବିଘ୍ନ ସାଜିଥିଲା । ଗଣେଶ ପୂଜାରେ ନା ଝଲସିଥିଲା ମଣ୍ଡପ ନା’ ବାଜିଥିଲା ଡାକବାଜି ଯନ୍ତ୍ର ।
କେବଳ ପରମ୍ପରା ଓ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନାରେ ସୀମୀତ ଥିଲା ଗଣେଶ ପୂଜା । ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ, ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ଥିବା କାରଣରୁ ଗଣେଶ ପୂଜା ହୋଇ ପାରି ନଥିଲା । ଅଂଚଳରେ ଥିବା କିଛି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛୋଟ ମୁଣ୍ମୟ ଗଣେଶ ମୂର୍ତି, ଫଟୋ ରଖି ଶ୍ରୀଗଣେଶଙ୍କ ଆବାହନ ହୋଇଥିବା ଜଣାପଡ଼ିଛି । ଗଣେଶ ପୂଜା ଯାକଯମକରେ ପାଳନ ନହୋଇଥିବା ଯୋଗୁ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ମଧ୍ୟ ପଡ଼ିଥିଲା । ମୂର୍ତି କାରିଗର ମାନେ ଛୋଟ ଓ ମଧ୍ୟମ ଧରଣର ଗଣେଶ ମୂର୍ତି ବିକ୍ରି କରିବା ପାଇଁ ଆଶା ବାନ୍ଧି ରହିଥିବା ବେଳେ, ଚଳିତ ବର୍ଷ ବେପାର ଏତେଟା ହୋଇ ପାରିନଥିଲା ବୋଲି ସାରନଗରୀ ଅଂଚଳରେ ମୂର୍ତି ବେପାର କରୁଥିବା ଜଣେ ବେପାରୀ ପ୍ରକାଶ କରିଛନ୍ତି । ସପ୍ତାହନ୍ତ ସଟଡାଉନ ଥିବାରୁ ଫଳ ବଜାର ମଧ୍ୟ ମାନ୍ଦା ରହିଥିଲା । ଅନ୍ୟପକ୍ଷେ କପଡ଼ା ଦୋକାନ, ମିଷ୍ଟାନ ଦୋକାନ, ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବା କାରଣରୁ ନୂଆଁଖାଇରେ ଗ୍ରାହକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking