31.1 C
Bhubaneswar
Friday, March 29, 2024
Homeଓଡିଶାଫିକା ପଡିଲା ଆମ୍‌କୋ-ସିମ୍‌କୋ ଶହୀଦ ଦିବସ

ଫିକା ପଡିଲା ଆମ୍‌କୋ-ସିମ୍‌କୋ ଶହୀଦ ଦିବସ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାୟବଗା ଥାନାର ସିମକୋ ଗାଁରେ 25 ଏପ୍ରିଲ 1939 ଦିନ ବ୍ରିଟିଶ ଶାସନ ତଥା ରାଜ ପରିବାରର ନିର୍ଦ୍ଦେଶରେ ଆଦିବାସୀମାନଙ୍କ ଉପରେ ଆଖି ବୁଝା ଗୁଳି ଚାଳନା ହୋଇଥିଲା।
ସବୁ ବର୍ଷ ସ୍ଥାନୀୟ ଲୋକ ଶହୀଦ ଦିବସ ପାଳନ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି । କିନ୍ତୁ ଲାକଡାଉନ ଯୋଗୁଁ ଚଳିତ ବର୍ଷ ସବୁ ଫିକା ପଡିଯାଇଛି ।  ଘଟଣା ସ୍ଥଳରେ 39 ଜଣଙ୍କ ମୃତ୍ୟୁବରଣ କରି ଥିବାବେଳେ ଅନେକ ଆହତ ହୋଇଥିଲେ । କେନ୍ଦ୍ର ତଥା ରାଜ୍ୟରେ ସରକାର ବଦଳୁଛନ୍ତି କିନ୍ତୁ ମୃତକମାନଙ୍କୁ ସହିଦର ମାନ୍ୟତା ଦେବା ପାଇଁ କୌଣସି ପ୍ରୟାସ କରଯାଉ ନାହିଁ । ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳ ଘୋଷଣା କରିବା ସହିତ ଏଠାରେ ଶହୀଦ ସ୍ଥଳ ତିଆରି କରିଛନ୍ତି । କିନ୍ତୁ ପର୍ଯ୍ୟଟକମାନଙ୍କ ପହଞ୍ଚିବା ପାଇଁ କିଛି ଉପାୟ କରି ନ ଥିବାରୁ ଲୋକ ଏଠାକୁ ଯାଇପାରୁ ନାହାନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking