38.1 C
Bhubaneswar
Saturday, April 20, 2024
Homeଓଡିଶାହନୁମାନ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋମଯଜ୍ଞ

ହନୁମାନ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋମଯଜ୍ଞ

ରାଉରକେଲା  : ଦକ୍ଷିଣ ରାଉରକେଲା ସାରନଗରୀ ସୁପର ମାର୍କେଟ ସ୍ଥିତ ହନୁମାନ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମି ପୂଜା ପରେ ମନ୍ଦିର ନିର୍ମାଣ ଯେପରି ବିନା ବାଧାବିଘ୍ନରେ ହୋଇ ପାରିବ ଏହାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ଏପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୋଭିଡ଼ ଗାଇଡ଼ ଲାଇନକୁ ମାନି ମନ୍ଦିର କମିଟିର ସଭାପତି ଶ୍ରୀକାନ୍ତ ନାଥଶର୍ମା ସପତ୍ନିକ ହୋମ ପାଠରେ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର କମିଟିର ସଦସ୍ୟ କୁଳମଣି ସାମଲ, ଅଜୟ ନାୟକ, ଅନନ୍ତ ଜେନା, ଶଶିଭୂଷଣ ମହନ୍ତ, ଗୋପାଳକୃଷ୍ଣ ରଥ, ବିରଂଚି ବେହେରା ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking